ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଫାଇନାଲରେ ବଜରଙ୍ଗୀ ଏଫସି

ନିମାପଡା, ୦୩/୦୨/୨୦୨୫ (ଓଡ଼ିଶା ସମାଚାର)- ନିମାପଡା ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ  ୧୦ମ ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାରବାଟି ମିନି ଷ୍ଟାଡିଅମରେ ସୋମବାର ଅପରାହ୍ନ ୩ ଘଟିକା ସମୟରେ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଡ଼ାଇମଣ୍ଡ ଏଫସି ଖୋର୍ଦ୍ଧ। ଏବଂ  ବଜରଙ୍ଗୀ ଏଫସି ଘାଟିକିଆ ଭୁବନେଶ୍ୱର ମଧ୍ୟରେ ମ୍ୟାଚ  ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ  ଖେଲ ଅମିମାଂସୀତ ରହିବାରୁ ଶେଷରରେ ଟାଇ ବ୍ରେକର ପଦ୍ଧତିର ସହାୟତା ନିଆଯାଇଥିଲା । ଡ଼ାଇମଣ୍ଡ ଏଫସିକୁ ଟାଇ ବ୍ରେକର ପଦ୍ଧତିରେ ୨ – ୩ ଗୋଲରେ ହରାଇ ବଜରଙ୍ଗୀ ଏଫସି ଏଫସି  ଫାଇନାଲରେ ପ୍ରବେଶ କରିଛି ।  ଶ୍ରେଷ୍ଠ ଖେଳ ପ୍ରଦର୍ଶନ ନିମନ୍ତେ  ବଜରଙ୍ଗୀ ଏଫସିର ଗୋଲକିପର କମଲ ଙ୍କୁ ମ୍ୟାନ ଅଫ ଦିମ୍ୟାଚ ଭାବେ ସ୍ୱତନ୍ତ୍ର  ପୁରସ୍କୃତ କରାଯାଇଥିଲା । ଅତିଥି ଭାବେ ଓଡିଶା ମୋଟର୍ସ ଭୁବନେଶ୍ୱର ଏମଡ଼ି ସୁଶାନ୍ତ କୁମାର ରଥ, ପୂର୍ବତନ ଖେଳାଳି ଚକ୍ରଧର ମଳିକ, ଧିରେନ ବରାଳ, ଆଥେଲେଟିକ ଆସୋସିଏସନ ଉପସଭାପତି ଦୋଳଗୋବିନ୍ଦ ସେଠୀ,ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ଫୁଟବଲ ସମ୍ପାଦକ ପ୍ରକାଶ ବରାଳ ଏବଂ ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ ପ୍ରମୁଖ  ଯୋଗଦେଇଥିଲେ । ଖେଳ ପରିଚାଳନା କରିଥିଲେ ରେଫରି ଏସକେ ମୋକିମି , ସହଯୋଗ କରିଥିଲେ ଯୋଗୀ ପଲାୟା ଓ ଦୈତାରୀ କରୁଆ ଏବଂ ୪ର୍ଥ ରେଫରିଥିଲେ ସମର ବରାଳ।

Leave a Reply

Your email address will not be published. Required fields are marked *