ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଫୁଟବଲ ପ୍ରତିଯୋଗିତା

ଭୁବନେଶ୍ୱର,୧୭/୧୧/୨୦୨୫ (ଓଡ଼ିଶା ସମାଚାର)- ଭଗବାନ ବିର୍ସାମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ମା’ ସୁନାଦେଈ ୱାର୍କସ କ୍ଲବ, ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ନୁ୍ୟ ଏଜି ରେସିଡେନ୍ସି କଲୋନୀର ମିଳିତ ଆନୁକୂଲ୍ୟରେ ଏକ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ୍ ମର୍ଣ୍ଣିଂ ଷ୍ଟାର କ୍ଲବ ଏବଂ ଆଫ୍ଟରନୁନ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲା । ମର୍ଣ୍ଣିଂ କ୍ଲବ ଆଫ୍ଟରନୁନ କ୍ଲବକୁ ୪-୦ ଗୋଲ୍ ରେ ପରାସ୍ତ କରିଥିଲା । ମ୍ୟାଚକୁ କୈଳାସ ପଣ୍ଡା ଏବଂ ରେଫରି ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ଅଲମ୍ପିୟାନ କମଳାକାନ୍ତ ନାୟକ, ସମାଜସେବୀ ରାଜୀବ ଶେଖର ସାହୁ ଏବଂ ଏଫ୍.ଏଫ୍.ସି.ର ସଭାପତି ଆଶିଷ ପଟ୍ଟନାୟକ, କେଦାର ପଟ୍ଟନାୟକ, ଜ୍ୟୋତିପ୍ରକାଶ ମିଶ୍ର, ନୁ୍ୟ ଏଜି କଲୋନୀର ସମ୍ପାଦକ ଅଶୋକ ପଟ୍ଟନାୟକ, ସମାଜସେବୀ କାଳିପ୍ରସାଦ ମିଶ୍ର, ସନ୍ଦିପ ଦାସ, ଜୟସୂର୍ଯ୍ୟ କାନୁନଗୋ, ସିମାଂଚଳ ରାଓ, ଅମିୟ ଶର୍ମା, ବାବୁରାମ ସେଠୀ, ସୌଭାଗ୍ୟ ନାୟକ, ଲୋଟସ ଗ୍ରୁପର ସଦସ୍ୟ ପ୍ରମୁଖ ଯୋଗ ଦେଇ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

ମର୍ଣ୍ଣିଂ କ୍ଲବର ସୋମ୍ ପଣ୍ଡାଙ୍କୁ ଶ୍ରେଷ୍ଠ ଗୋଲକିପର ଏବଂ ସତୀଶ କୁମାର ପାତ୍ର, ଆୟୁଷ ଅସୁରଜିତଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମା’ ସୁନାଦେଈ ୱାର୍କର୍ସ କ୍ଲବର ସଭାପତି ବିବେକାନନ୍ଦ ବାରିକ ପରିଚାଳନା କରି କହିଥିଲେ ଯେ, ଫୁଟବଲ ଖେଳ ବିଶ୍ୱସ୍ତରରେ ଲୋକପ୍ରିୟ ହୋଇଥିଲା ବେଳେ ଓଡ଼ିଶାରେ ଦିନକୁ ଦିନ ଫୁଲବଲ ଖେଳ ପ୍ରତି ଚାହିଦା କମିବାରେ ଲାଗିଛି । ଯେପରି ବିର୍ସାମୁଣ୍ଡାଙ୍କ ଜୟନ୍ତୀରେ ଏହି ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହେଉଛି, ସେହିପରି ଓଡ଼ିଶାର ସବୁ ବରପୁତ୍ରମାଙ୍କ ଜୟନ୍ତୀରେ ଫୁଟବଲ ମ୍ୟାଚର ଆୟୋଜନ କରାଗଲେ ପୁନର୍ବାର ଓଡ଼ିଶାରେ ଫୁଲବଲ ମ୍ୟାଚ୍ ପ୍ରତି ଲୋକପ୍ରିୟତା ବଢିବ ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *