ରାମେଶ୍ବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ 

ନିରାକାରପୁର, ୨୭/୦୧/୨୦୨୪ (ଓଡ଼ିଶା ସମାଚାର)-ସମାଜସେବୀ  ଶାକ୍ୟ ସିଂହ ଦାସଙ୍କ ଶ୍ରାଦ୍ଧ ଉତ୍ସବ ଅବସରରେ ତାଙ୍କ ସ୍ମୃତି କମିଟି ସହଯୋଗରେ   ଖୋର୍ଦ୍ଧା  ଜିଲ୍ଲା ରାମେଶ୍ବର  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।  ଏହି ପବିତ୍ର ଦିବସ ଅବସରରେ ରାମେଶ୍ବର ଉଚ୍ଚ ପ୍ରଥମିକ ଵିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଆଲୁମୁନି କମିଟି ପକ୍ଷରୁ ସଭାପତି ଚକ୍ରଧର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଟାଙ୍ଗୀ ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ସାହୁ ଯୋଗଦେଇ ଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଧାଂଶୁ ମଞ୍ଜରୀ ଦେବୀ, ସମ୍ମାନିତ ଅତିଥି ଭାବେ ରାମେଶ୍ବର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରଞ୍ଜିତା ଜଗଦେବ,  ଅବସପ୍ରାପ୍ତ ଏବିଓ ଅବଦୂତ ଚମ୍ପତି,  ବିଶିଷ୍ଟ ଅତିଥି ଭାବେ ଵୀରଵର ହୋତା, ଚିତ୍ତରଞ୍ଜନ ଦାସ, ହରିଶଙ୍କର ହୋତା, ରାକେଶ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆୟୋଜିତ ଉତ୍ସବ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଖେଳ ଓ ଶିକ୍ଷା ରେ ପାରଦର୍ଶିତା ପାଇଁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ବାର୍ଷିକ ପତ୍ରିକା ଅନୁରାଗ ଉନ୍ମୋଚିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସାହୁ, ପୁରାତନ ଛାତ୍ର ସଂସଦ ପକ୍ଷରୁ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ପଟ୍ଟନାୟକ, ଦୀପ୍ତି ରଞ୍ଜନ ପାଇକରାୟ, ଶ୍ରୀଯୁକ୍ତ ରଞ୍ଜିତ କୁମାର ଜଗଦେବ, ବିଶ୍ଵ ରଞ୍ଜନ ଦାସ,ଏସଏମସି ର ସମସ୍ତ କର୍ମକର୍ତ୍ତା ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *