ତିର୍ତ୍ତୋଲ,୦୧/୦୨/୨୦୨୬ (ଓଡ଼ିଶା ସମାଚାର)- ତିର୍ତ୍ତୋଲ ବ୍ଲକ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମର ହରେକୃଷ୍ଣ ଖୁଣ୍ଟିଆ(୮୬) ଙ୍କର ହୃଦଘାତରେ ପରଲୋକ ଘଟିଛି । ଜଣେ ମିଷ୍ଠ ଭାଷୀ, ସ୍ନେହୀ ଓ ଉଦାରବାଦୀ ମଣିଷ ଭାବେ ସ୍ଥାନୀୟ ଅଞ୍ଚଳରେ ହରେକୃଷ୍ଣ ଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା । ତାଙ୍କର ପରଲୋକ ଖବର ପାଇ କାନୀମୂଳ ସମିତି ସଭ୍ୟ ବସନ୍ତ ମହାପାତ୍ର, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ନିପ୍ରଭ ବେହେରା, ପ୍ରଶାନ୍ତ ସ୍ୱାଇଁ, ରତ୍ନାକର ରଣା, ଆଶୁତୋଷ ଦାସ, ବିଶ୍ଵନାଥ ପଲାଇ, ପ୍ରଶାନ୍ତ ମଲ୍ଲିକ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରି ଶୋକ ପ୍ରକଟ କରିବା ସହିତ ପୂର୍ବତନ ଜ଼ିଲ୍ଲାପରିଷଦ ସନାତନ ଦଳାଇ, ଅଭୟ ଦାଶ, ରାଜେନ୍ଦ୍ର ପ୍ରସାଦ ଦାସ, ପ୍ରଭାସ କୁମାର ସାହୁ, ନଳିନୀ ନନା, ଟୁକନ ଚରଣ ସେଠି, ମାନସ ସୁତାର, ଦୀପ୍ତି ରଞ୍ଜନ କାନୁନଗୋ, ଜୟନ୍ତ ପରିଜା, ବିକ୍ରମ ରାୟ ପ୍ରମୁଖ ଶୋକ ପ୍ରକଟ କରିଛନ୍ତି । ଗାଁ ମଶାଣିରେ ହରେକୃଷ୍ଣ ଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।
ଏହି ସମୟରେ ଭାଇ ଭରେଶ୍ୱର ଖୁଣ୍ଟିଆ, ଦେବେନ୍ଦ୍ର ନାଥ ଖୁଣ୍ଟିଆ, ହିରଣ୍ୟ ଖୁଣ୍ଟିଆ, ଅଜୟ ଖୁଣ୍ଟିଆ, ରସାନନ୍ଦ ଖୁଣ୍ଟିଆ, ଗଗନ ବିହାରୀ ଖୁଣ୍ଟିଆ, ଭଉଣୀ ବନିତା ସ୍ୱାଇଁ, ମଞ୍ଜୁଲତା ସ୍ୱାଇଁ, ଝିଅ ମିତ୍ରବିନ୍ଦା ଖୁଣ୍ଟିଆ, ଜ୍ୱାଇଁ ପ୍ରକାଶ ଚନ୍ଦ୍ର ସାହୁ, ଝିଅ ଭାଗ୍ୟଲକ୍ଷ୍ମୀ ଖୁଣ୍ଟିଆ, ଶୁଭ ଲକ୍ଷ୍ମୀ ଖୁଣ୍ଟିଆ, ଅମରେନ୍ଦ୍ର ଖୁଣ୍ଟିଆ, ସମରେନ୍ଦ୍ର ଖୁଣ୍ଟିଆ, ଜଗଦୀଶ ଖୁଣ୍ଟିଆ, ପୁତୁରା ବାଦଲ ସେନାପତି, ଵାପିନା ସେନାପତି, ସ୍ମୃତିରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ ।
ହରେକୃଷ୍ଣ ତିର୍ତ୍ତୋଲ ବ୍ଲକ ତଥା ଜଗତସିଂହପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରଞ୍ଜନ ଖୁଣ୍ଟିଆଙ୍କ ପିତା ଅଟନ୍ତି ।
