ଚଳଚ୍ଚିତ୍ର ‘ମେହେର ମୁଣ୍ଡା’ କରମୁକ୍ତ ହେଲା

ଭୁବନେଶ୍ୱର, ୧୦/୦୬/୨୦୨୬ (ଓଡ଼ିଶା ସମାଚାର)- ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ନିକୁଞ୍ଜ ହୋତାଙ୍କ ଦ୍ୱାରା ନର୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି  । ସୂଚନାଯୋଗ୍ୟ ଯେ ଓଡ଼ିଶାର ହସ୍ତତନ୍ତ ବୁଣାକାର ସଂପ୍ରଦାୟଙ୍କ ଜୀବନ, ସଂଘର୍ଷ, ସହନଶୀଳତା ଓ ସଫଳତା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ୨୦୨୬ ମେଁ ୧୫ ତାରିଖରେ ମୁକ୍ତିଲାଭ କରିଛି । ଓଡ଼ିଶାର ମହାନ ପାରମ୍ପାରିକ ଐତିହ୍ୟ ଓ କାରିଗରୀ କୌଶଳକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ନିଚ୍ଛକ ଭାବେ ପ୍ରଦର୍ଶିତ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ କରମୁକ୍ତ କରିବା ପାଇଁ ନିଷ୍ପତିି ନେଇଛନ୍ତି ।

Leave a Reply

Your email address will not be published. Required fields are marked *