କେନାଲ ଖୋଳା, ବିପଦ ସଙ୍କୁଳ ରେ ବିଦ୍ୟୁତ୍ ଖୁଣ୍ଟ ପରିଦର୍ଶନ କଲେ ବିଭାଗୀୟ ଅଧିକାରୀ –   ପରିବର୍ତ୍ତନ ହେଲା ପ୍ଲାନ

ନିରାକାରପୁର, ୨୬/୦୪/୨୦୨୪ (ଓଡ଼ିଶା ସମାଚାର)- କୃଷି ଓ କୃଷକ ର ଉନ୍ନତି ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା   ରାମେଶ୍ବର ଠାରେ  ମଲାଗୁଣୀ ନଦୀରେ ଏକ ଡ୍ୟାମ ନିର୍ମାଣ କରି ରାମେଶ୍ବର , ନିରାକାରପୁର ଓ ଡିଆ, ନୂଆଗଡ ପଞ୍ଚାୟତ ସମେତ କଣାସ ବ୍ଲକ ଅନ୍ତର୍ଗତ କିଛି ଗ୍ରାମର ଚାଷୀ ଏଥିରେ ଉପକୃତ ହେବା ପାଇଁ ଏଥିରୁ କେନାଲ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି।  ଏବେ କେନାଲ ଖୋଲା ଯାଇ ସିମେଣ୍ଟ ଢ଼ଲାଇ ପକାଯାଉଛି। ଏଥିପାଇଁ  କେନାଲ  ରାସ୍ତା ଖରାପ ହୋଇଥିବା ସହ କେନାଲ ମରାମତି କାର୍ଯ୍ୟ ପାଇଁ ଠିକାଦାର ଜେସିବି ରେ କେନାଲ କଡ଼କୁ ଅଧିକ ଖୋଳି ଦେବାରୁ ନିକଟରେ ପୋତା ହୋଇ  ଯାଇଥିବା ବିଦ୍ୟୁତ୍ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଏହି ଜାଗାକୁ ଯାତାୟତରେ ବ୍ୟାହତ ସୃଷ୍ଟି ହେବା ସହ ଅଧିକ ବର୍ଷା ପବନ ହେଲେ ବିଦ୍ୟୁତ୍ ଖୁଣ୍ଟ ପଡ଼ି ଯିବାର ବିପଦ ସୃଷ୍ଟି କରୁଛି। କେନାଲ ରାସ୍ତା ରେ ଗାଡି ମଟର ଚଳାଚଳ ସହିତ ବିଦ୍ୟୁତ ଖୁଣ୍ଟ ସଠିକ୍ ଭାବେ ରହିବ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଥିନେଇ ଅଭିଯୋଗ ହେବାପରେ ଆଜି ଦ୍ୱିତୀୟ ବାର ବିଭାଗୀୟ ଅଧିକାରୀ  ମାନେ ଆସିଥିବାବେଳ ଗ୍ରାମବାସୀଙ୍କ ସହିତ ସମସ୍ୟା ସମାଧାନ ବିଷୟରେ ଆଲୋଚନା କରିଥିଲେ। ଜଗନ୍ନାଥ ସଡ଼କ ଆଗକୁ କିଛି ଅଂଶ ସ୍ଲୋପିଂ ପ୍ଲାନ ରେ ହେବାର ଥିବାବେଳେ ଏହାକୁ ପରିବର୍ତ୍ତନ କରି ଭିଟିକାଲ ପ୍ଲାନରେ କାର୍ଯ୍ୟ କରିବାକୁ ଅଧିକାରୀ ମାନେ ଠିକାଦାର ଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ଘଟଣାସ୍ଥଳକୁ କ୍ଷୁଦ୍ର ଜଳସେଚନ ବିଭାଗ ଏସି ପ୍ରଭାସ କୁମାର ଧଳ, ସହକାରୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ସେଠୀ ଓ ଯନ୍ତ୍ରୀ ସନ୍ତୋଷ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *