ଗାନ୍ଧୀ ସ୍ମୃତି ପୀଠରେ ଜିଲ୍ଲା ସ୍ତରୀୟ ସହିଦ ଦିବସ, ପଲ୍ଲିଶ୍ରୀ ମେଳା ଓ ଫଟୋଚିତ୍ର ପ୍ରଦର୍ଶନୀ

କଟକ,୩୧/୦୧/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା )-ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଉପଲକ୍ଷେ ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠ ଠାରେ ଜିଲ୍ଲାସ୍ତରୀୟ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଗାନ୍ଧୀ ସ୍ୱୃତି ପୀଠଠାରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ସର୍ବଧର୍ମ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରନଦୀପ କୌର ସହୋତା, କଟକ ମହାନଗର ନିଗମ ଅତିରିକ୍ତ କମିଶନର ଶ୍ରୀମତୀ ସୋନା ଟୁଡୁ, ଅତିରିକ୍ତ ଜିଲ୍ଳାପାଳ ଶ୍ରୀ କମଲଜିତ୍ ଦାଶ୍‌, ଉପଜିଲ୍ଳାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, କର୍ପୋରେଟର ଶ୍ରୀମତୀ ମମତା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଜାତିର ପିତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଗାନ୍ଧୀଜୀଙ୍କ ଜୀବନୀ ଓ ଓଡିଶା ଆଗମନ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ତିନିଦିନ ଧରି ଏହି ଫଟୋଚିତ୍ର ପ୍ରଦର୍ଶନୀ ଜାରି ରହିବ । ଏହି ଫଟୋଚିତ୍ର ପ୍ରଦର୍ଶନୀରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଫଟୋଚିତ୍ର ସାମିଲ ରହିଛି ।

ଅପରାହ୍ନରେ ମାନ୍ୟବର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହଖୁଂଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାସ୍ତରୀୟ ଶହୀଦ ଦିବସ ଓ ଗାନ୍ଧୀ ସ୍ମୃତି ପଲ୍ଲିଶ୍ରୀ ମେଳାର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଗାନ୍ଧିଜୀଙ୍କ ମାର୍ଗଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗାନ୍ଧୀ ସ୍ମୃତି ପୀଠର ମାହାତ୍ମ୍ୟ ବର୍ଣ୍ଣନା କରିବା ସହ ଗାନ୍ଧୀଙ୍କ ବାଣୀକୁ ନିଜ ଜୀବନର ଅଂଶ ଭାବେ ପରିଗଣିତ କରିବାକୁ କହିଥିଲେ। ସମ୍ମାନିତ ଅତିଥି କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ ନିଜ ଅଭିଭାଷଣରେ ଜାତିର ପିତାଙ୍କ ସ୍ମୃତି ଚାରଣ କରି ସ୍ବଦେଶୀ ଜିନିଷ ଆପଣେଇବାକୁ ଆହ୍ୱାନ ଦେଇଥିଲେ। କଟକ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଓରମାସର ଷ୍ଟଲ ସ୍ଥାନ ପାଇଛି । ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କାତାଯାଉଛି।ଏହି ମେଳା ତିନିଦିନ ଧରି ଚାଲିବ।

ଅନ୍ୟପକ୍ଷରେ କଟକସ୍ଥିତ ସ୍ୱରାଜ ଆଶ୍ରମରେ ଆଜି ଜାତିର ପିତା ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ସାଂସଦ କଟକ ଲୋକସଭା ଶ୍ରୀ ଭର୍ତୃହରି ମହତାବ ଓ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ପ୍ରମୁଖ ଯୋଗଦେଇ ଗାନ୍ଧିଜୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଥିଲେ । ଏଥିସହ ସ୍ୱରାଜ ଆଶ୍ରମରେ ଗାନ୍ଧୀ ଅବସ୍ଥାନ କରିଥିବା ଗୃହ ମଧ୍ୟ ପରିଦର୍ଶନ କରିଥିଲେ । ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଗୀତା, କୋରାନ୍ ଓ ବାଇବେଲ ପାଠ କରାଯାଇଥିଲା ଓ ଗାନ୍ଧିଜୀଙ୍କ ପ୍ରିୟ ଆଶ୍ରମ ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ସ୍ୱରାଜ ଆଶ୍ରମ ପରିସରରେ ଏକ ଚରଖା କେନ୍ଦ୍ର ଉଦଘାଟିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *