କଲ୍ୟାଣପୁରରେ ଗାନ୍ଧିଜୀଙ୍କ ୭୮ ତମ ବଳିଦାନ ଦିବସ ପାଳିତ

ମାହାଙ୍ଗା,୩୧/୦୧/୨୦୨୬ ( ଓଡିଶା ସମାଚାର/ଅଭୟ ଜେନା ) ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳ ଅନ୍ତର୍ଗତ କଲ୍ୟାଣପୁର ଗାନ୍ଧୀ ଛକରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୭୮ ତମ ବଳିଦାନ ଦିବସରେ ଏକ ସ୍ମୃତି ଉତ୍ସବ ସ୍ଥାନୀୟ ବଜାର କମିଟି ସଭାପତି ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦେଶପାଇଁ ପ୍ରାଣବଳୀ ଦେଇଥିବା ଗାନ୍ଧିଜୀଙ୍କ ଅହିଂସା ନୀତିକୁ ଅନୁସରଣ ପାଇଁ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଥିଲେ । ସାମାଜିକକର୍ମୀ ରାମଚନ୍ଦ୍ର ମହାପାତ୍ର, ସାହିତ୍ୟିକ ପ୍ରଶାନ୍ତ କୁମାର କର, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ସଂସ୍କୃତିପ୍ରେମୀ ସୁଧୀର ମହାନ୍ତି, ସମବାୟବିତ୍ ଅଚ୍ୟୁତାନନ୍ଦ ପଲେଇ, ସେନା କର୍ମଚାରୀ ପ୍ରଶାନ୍ତ କୁମାର ସାହୁ,ରଞ୍ଜନ ବଳବନ୍ତରାୟ,ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଯୁବ ସଂଗଠକ ରବୀନ୍ଦ୍ର ପୃଷ୍ଟି,ଗଣେଶ ବିହାରୀ, ରମେଶ ମହାନ୍ତି,ପ୍ରକାଶ ବେହେରା,ନିମାଇଁ ଚରଣ ବେହେରା,ବଳରାମ ସାହୁ,ମନ୍ଦରଧର ମହାନ୍ତି,ଦିଗମ୍ବର ମହାନ୍ତି,କୈଳାଶ ଦାସ,ରମେଶ ବେହେରା, ସନ୍ତୋଷ ଜେନା,ରାକେଶ ବିଶ୍ୱାଳ, ଅମୁଲ୍ୟ ମହାନ୍ତି,କୈଶୋର ଦାସ, ଭାଗ୍ୟଧର ମହାନ୍ତି,ଅକ୍ଷୟ କୁମାର ବାରିକ,ଧ୍ରୁବ ଚରଣ ଦାଶ, ତ୍ରିଲୋଚନ ସାହୁ,ପ୍ରଫୁଲ୍ଲ ଜେନା,କ୍ଷୀରୋଦ ଦାସ, ଅରକ୍ଷିତ ଦାସ, ରବୀନ୍ଦ୍ର ପ୍ରଧାନ,ପରମାନନ୍ଦ ମହାନ୍ତି ପ୍ରମୁଖ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *