କୃଷି ବିଦ୍ୟାନିଧି ଯୋଜନା : ୨୦ ଯାଏ ବଢ଼ିଲା ଅନଲାଇନ୍ ଆବେଦନ ଅବଧି

ଭୁବନେଶ୍ୱର,୧୬/୧୨/୨୦୨୫ (ଓଡ଼ିଶା ସମାଚାର)- କୃଷି ବିଦ୍ୟାନିଧି ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଛାତ୍ରବୃତି ଯୋଜନା ଅଟେ । ଓଡ଼ିଶା ସରକାରଙ୍କ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସିଏମ୍-କିସାନ୍ ଯୋଜନା ଅଧୀନରେ ଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ସନ୍ତାନସନ୍ତତିଙ୍କ ଉଚ୍ଚଶିକ୍ଷା ସ୍ୱପ୍ନକୁ ସୁଗମ କରିବା ପାଇଁ କୃଷି ବିଦ୍ୟାନିଧି ଯୋଜନାରେ ଛାତ୍ରବୃତିି ପ୍ରଦାନ କରାଯାଉଛି ଏବଂ ଏହା ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ବରଦାନ ସାଜିଛି । ଚଳିତ ଶିକ୍ଷାବର୍ଷ ୨୦୨୫- ୨୬ରେ କୃଷି ବିଦ୍ୟାନିଧି ଯୋଜନାର ଅନଲାଇନ୍ ଆବେଦନ ସମୟସୀମା ଅକ୍ଟୋବର ୧୫ ଠାରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ରଖାଯାଇଥିଲା ।

କିନ୍ତୁ ଆବେଦନ ସମୟସୀମା ଅତିକ୍ରାନ୍ତ ପରେ ମଧ୍ୟ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଅନୁରୋଧକ୍ରମେ, ବିଭାଗ ତରଫରୁ ଅନଲାଇନ୍ ଆବେଦନ ଏବଂ ଯାଂଚ ପ୍ରକ୍ରିୟର ଅବଧିକୁ ବୃଦ୍ଧି କରାଯିବା ପାଇଁ ନିଷ୍ପତିି ଗ୍ରହଣ କରାଯାଇଛି । ବିଭାଗୀୟ ନିଷ୍ପତି ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନଲାଇନ୍ ଆବେଦନ ଶେଷ ତାରିଖ ୨୦ ଡିସେମ୍ବର ରହିଛି । ସେହିଭଳି, ଶିକ୍ଷାନୁଷ୍ଠାନସ୍ତରରେ ଆବେଦନ ପତ୍ରର ଯାଂଚ ଶେଷ ତାରିଖ ଡିସେମ୍ବର ୨୫ ରହିଛି । ଜିଲାସ୍ତରରେ, ଜିଲା ମୁଖ୍ୟ କୃଷି ଅଧିକାରୀମାନେ ଜାନୁଆରୀ ୨୫ ସୁଦ୍ଧା ଆବେଦନଗୁଡ଼ିକର ଅନୁମୋଦନ କରି ରାଜ୍ୟସ୍ତରରେ ଛାତ୍ରବୃତି ପ୍ରଦାନ ନିମନ୍ତେ ଉପସ୍ଥାପନ କରିବେ ।

Leave a Reply

Your email address will not be published. Required fields are marked *