ଜୟପୁର ଫରେଷ୍ଟ ଡିଭିଜନର ଡେପୁଟି ରେଞ୍ଜର ତଥା ଇନଚାର୍ଜ ରେଞ୍ଜର ରାମଚନ୍ଦ୍ର ନେପାକ ଙ୍କ ଘରେ ଭିଜିଲାନ୍ସ ଟିମ୍‍ ର ଚଢାଉ

ଜୟପୁର,୨୫/୦୭/୨୦୨୫(ଓଡ଼ିଶା ସମାଚାର)- ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଫରେଷ୍ଟ ଡିଭିଜନର ଡେପୁଟି ରେଞ୍ଜର ତଥା ଇନଚାର୍ଜ ରେଞ୍ଜର ରାମଚନ୍ଦ୍ର ନେପାକ ଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଟିମ୍‍ ଚଢାଉ କରିଛି ।

ଆଜି (ଶୁକ୍ରବାର) ସକାଳେ ଜୟପୁର ଓ ଭୁବନେଶ୍ୱରର ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଚାଲିଛି। ଜୟପୁର ସ୍ୱତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ଓ୍ଵାରଣ୍ଟ ଆଧାରରେ ଏହି ଚଢ଼ାଉରେ ୬ ଡିଏସପି, ୫ ଇନ୍ସପେକ୍ଟର, ୯ ଏଏସଆଇ ଓ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅଛନ୍ତି ।

ଭିଜିଲାନ୍ସ ଟିମ୍‍ ନେପାକଙ୍କ ଘରୁ ପୁଳା ପୁଳା ଟଙ୍କା ଓ ସୁନାର ବିସ୍କୁଟ ଜବତ କରିଛି । ଏପର୍ଯ୍ୟନ୍ତ ୧ କୋଟି ୪୪ ଲକ୍ଷ ଟଙ୍କା ନଗଦ, ୪ଟି ସୁନା ବିସ୍କୁଟ ଓ ୧୬ଟି ୧୦ ଗ୍ରାମ ଓଜନର ସୁନା କଏନ ସହିତ ଲକେଟ ଜବତ କରାଯାଇଛି। ସବୁଠାରୁ ବଡ କଥା ହେଉଛି ଡିସେମ୍ବର ମାସରେ ଅବସର ନେଇଥାନ୍ତେ ରାମଚନ୍ଦ୍ର ନେପାକ । ଏହାପୂର୍ବରୁ ଆଜି ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରିଛି ।

 

Leave a Reply

Your email address will not be published. Required fields are marked *