ବ୍ରହ୍ମପୁରରେ ଛାତିଥରା ଦୁର୍ଘଟଣା : ୩ ବାଇକ୍ ଉପରେ ଚଢିଗଲା ଟ୍ରକ୍, ଚାଲିଗଲା ୫ ଜୀବନ

ବ୍ରହ୍ମପୁର, ୩୧/୦୧/୨୦୨୬ (ଓଡ଼ିଶା ସମାଚାର)-  ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା। ରଙ୍ଗ ସାଇଡ୍ ରେ ଆସି ସିରିଜି ଦୁର୍ଘଟଣା ଘଟାଇଲା ଟ୍ରକ୍। ହଳଦିଆପଦର ଓଭରବ୍ରିଜରେ ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ଚାଲିଗଲା ୫ ବାଇକ୍ ଆରୋହୀଙ୍କ ଜୀବନ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର୍ ଗାଡି ଛାଡ଼ି ଚମ୍ପଟ୍ ମାରିଥିଲା।

ପୁଲିସ କାବୁ କରିବାରେ ସଫଳ ହୋଇଛି। ଦକ୍ଷିଣାଞ୍ଚଳ ଆଇଜି ଶ୍ରୀ ନିତି ଶେଖର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଦୁର୍ଘଟଣାରେ  ମୃତକଙ୍କ ଙ୍କ ପରିଚୟ ମିଳିଛି। ସେମାନେ ହେଲେ :

୧. ସତ୍ୟନାଥ ବେଜ ପିତା – ସନାତନ ବେଜ (ତହସିଲ- ପାତ୍ରପୁର) ୨. ଶିବରାମ ଜେନା (ତହସିଲ – କୁକୁଡ଼ାଖଣ୍ଡି ) ୩. ଜଗନ ନାହାକ (ତହସିଲ- କନିଷି) ପିତା- କୃଷ୍ଣ ନାହାକ ୪. ସୂର୍ଯ୍ୟ ନାରାୟଣ ପଣ୍ଡା (ତହସିଲ -ବ୍ରହ୍ମପୁର) ପିତା – ରଙ୍କ ନିଧି ପଣ୍ଡା ୫. ରାକେଶ ନାହାକ (ତହସିଲ – କନିଷି) ପିତା – ଚନ୍ଦ୍ରୁ ନାହାକ

Leave a Reply

Your email address will not be published. Required fields are marked *