ରଥ ଟଣା ବେଳେ ଅଣନିଶ୍ୱାସୀ ହୋଇ ଜଣେ ପୁରୁଷ ଶ୍ରଦ୍ଧାଳୁ ଙ୍କ ମୃତ୍ୟୁ

ପୁରୀ ,୭/୭/୨୦୨୪ (ଓଡ଼ିଶା ସମାଚାର)-ପୁରୀ ରଥ ଟଣା ବେଳେ ଅଘଟଣ। ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ହସପିଟାଲକୁ ନିଆଯାଇଥିଲା । ହେଲେ ପୁରୀ ଜିଲ୍ଲା ହସପିଟାଲ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପବିତ୍ର ରଥଯାତ୍ରା ଅବସରରେ ବଡ଼ଦାଣ୍ତରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଯେଉଁ ଭିଡ଼ରେ ଜଣେ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି।ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *