କଟକ ସଦର,୦୯/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସିଡିଏ ସେକ୍ଟର-୧୦ ରେ ଥିବା ଏକ ଘରୋଇ ସିମ୍ସ କଲେଜ ହଷ୍ଟେଲରୁ ଗତକାଲି ମଙ୍ଗଳବାର ରାତିରେ ଜନୈକ ଛାତ୍ରଙ୍କୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। 
ମୃତକ ଛାତ୍ର ଜଣକ ହେଲେ ଢେଙ୍କାନାଳ ଶଙ୍କରପୁର ମୁଳ ନିବାସୀ ତଥା ଆଠଗଡ଼ରେ ରହୁଥିବା ମାନସ ସାହୁଙ୍କ ପୁଅ ଚିନ୍ମୟ ସାହୁ ବୋଲି ଜଣାପଡିଛି। ହେଲେ ଏହି ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ ନକରି ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।
