ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ “ହିନ୍ଦୁସ୍ତାନୀ ସଙ୍ଗୀତ” ଆଲୋଚନା ଚକ୍ର ଆୟୋଜିତ

ଭୁବନେଶ୍ୱର,୨୯/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଜାନୁଆରୀ ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜି ଦ୍ଵିତୀୟ ଦିନରେ “ହିନ୍ଦୁସ୍ତାନୀ ସଙ୍ଗୀତ”କୁ ନେଇ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା।

ଆଜିର ଆଲୋଚନା ଚକ୍ରରେ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ଗୁରୁ ଡ଼. ନିରଞ୍ଜନ ପାଣୀ, ହିନ୍ଦୁସ୍ତାନୀ ବେହେଲା ବାଦକ ଗୁରୁ ଡ଼. ଦିବ୍ୟଦର୍ଶନ ବିଶ୍ୱାଳ, ସିତାର ଗୁରୁ ଶ୍ରୀ ଅସୀମ ଚୌଧୁରୀ ପ୍ରମୁଖ ଯୋଗଦେଇ ହିନ୍ଦୁସ୍ତାନୀ ସଙ୍ଗୀତର ଇତିହାସ ସହ ଏହା ଉପରେ ହୋଇଥିବା ଗବେଷଣା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏଥିସହ ହିନ୍ଦୁସ୍ତାନୀ ସଙ୍ଗୀତ ଗାୟନ ଶୈଳୀ ଓ ବାଦ୍ୟ ପରିବେଷଣର କଳା ଓ କୌଶଳକୁ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ହିନ୍ଦୁସ୍ତାନୀ ସଙ୍ଗୀତ, ଓଡ଼ିଶୀ କଣ୍ଠ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଛଉ ନୃତ୍ୟ, ନାଟକ ଆଦି ବିଷୟ ବସ୍ତୁକୁ ନେଇ ଆୟୋଜିତ ହେଉଥିବା ଏହି ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଛାତ୍ରଛାତ୍ରୀମାନଙ୍କୁ ସଙ୍ଗୀତ, ନୃତ୍ୟ ଓ ନାଟ୍ୟ କଳାର ପ୍ରୟୋଗାତ୍ମକ ଦିଗ ଉପରେ ଜ୍ଞାନ ପ୍ରଦାନ କରିବା ସହ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଦିଗରେ ଉଚ୍ଚକୋଟୀର ଗବେଷଣା କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନା ମତପ୍ରକାଶ କରିଛନ୍ତି। ଆଜିର ଆଲୋଚନା ଚକ୍ରକୁ ଡ଼. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *