ବିଜେପି ନେତାମାନେ ଓଡ଼ିଶାକୁ ଦିନରେ ଲଣ୍ଠନ ଦେଖାଉଛନ୍ତି, ସେହି ଟୁରିଷ୍ଟ ମାନଙ୍କୁ ଭୋଟରେ ଜଵାଵ ଦିଆଯାଉ- ଭି କାର୍ତ୍ତିକେୟ ପାଣ୍ଡିଆନ 

କଟକ ସଦର ,୧୪/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ୫-ଟି ନବୀନ ଗ୍ୟାରେଣ୍ଟି ରେ କଟକ ସଦରରେ ହୋଇଥିବା ରୁପାନ୍ତିକରଣ କାର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ବିଜେପି ନେତାମାନେ ଓଡ଼ିଶାକୁ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି ବିଜେଡ଼ି ନେତା ଭି କାର୍ତ୍ତିକେୟ ପାଣ୍ଡିଆନ ମତବ୍ୟକ୍ତ କରିଛନ୍ତି। ଆଜି ମଙ୍ଗଳବାର ଅପରାହ୍ନରେ ଭୈରବ କାର୍ତ୍ତିକେୟ ପାଣ୍ଡିଆନ କଟକ ସଦର ନିର୍ବାଚନମଣ୍ଡଳୀର ଫକିରପଡା ଠାରେ ଆୟୋଜିତ ଏକ ବିରାଟ ବିଜେଡ଼ି କର୍ମୀ ସମାବେଶରେ ଯୋଗ ଦେଇ କଟକ ଲୋକସଭା ସାଂସଦ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଓ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରାଙ୍କୁ ଦୁଇଟି ଶଂଖ ଚିହ୍ନରେ ବିପୁଳ ଭୋଟରେ ଜୟଯୁକ୍ତ କରି ନବୀନ ପଟ୍ଟନାୟକଙ୍କୁ ୬ ଷ୍ଠ ଥର ମୂଖ୍ୟମନ୍ତ୍ରୀ କରିବା ପାଇଁ ନିବେଦନ କରିଥିଲେ ଏଵଂ ଆସନ୍ତା ଜୁନ୍ ୯ ତାରିଖ ରେ ମୂଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରିଥିଲେ। ଶପଥଗ୍ରହଣ ଉତ୍ସବ ଦିନ ହିଁ ମୂଖ୍ୟମନ୍ତ୍ରୀଙ୍କର ପ୍ରଥମ ଦସ୍ତଖତ ହେବ ଓଡ଼ିଶାବାସୀଙ୍କୁ ବିଦ୍ୟୁତ୍ ଶୁଳ୍କ ଛାଡ଼ ବୋଲି ପାଣ୍ଡିଆନ ଘୋଷଣା କରିଥିଲେ। ଏଥିରେ ବିଧାୟକ ପ୍ରାର୍ଥୀ ଚନ୍ଦ୍ର ସାରଥି ବେହେରା ଓ ସାଂସଦ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଭାଷଣରେ ସେମାନଙ୍କୁ ଆଶ୍ରିର୍ଵାଦ କରିବାକୁ ନିବେଦନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ ,କଟକ ସଦର ବିଜେଡ଼ି ସଭାପତି ପ୍ରମୋଦ ମହାପାତ୍ର, ବିଧାୟକଙ୍କ ପ୍ରତିନିଧି ବିଭୁତି ଭୁଷଣ ପରିଡ଼ା, କଟକ ଜିଲ୍ଲା ବିଜେଡ଼ି ଉପସଭାପତି ସମର ବେହେରା, ଅଚ୍ୟୁତାନନ୍ଦ ଦାସ, ସଦର ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ମିଶନ ଶକ୍ତି ସଂଯୋଜକ ଶରତ ରାୟ, ଜଣାଶୁଣା ଯୁବ ସଂଗଠକ ମନୋଜ କୁମାର ନାୟକ (ଟୁଟନ) ଙ୍କ ସମେତ ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *