ଐତିହାସିକ ପାରମ୍ପରିକ ଦଶହରା ବଦଳ ଯାତ୍ରା ଶେଷ

ଅଶ୍ରୁଳ ନୟନ ରେ ମା ଦୁର୍ଗା ଙ୍କୁ ବିଦାୟ ଦେଲେ ଭୁବନ ବାସୀ

ଭୁବନ,୧୫/୧୦/୨୦୨୪ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ଐତିହାସିକ ପାରମ୍ପରିକ ତଥା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଥିବା ବେଳେ ମା ଦୁର୍ଗା ଙ୍କୁ ଅଶ୍ରୁଳ ନୟନ ରେ ବିଦାୟ ଦେଇ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା ବର୍ଷକୁ ଅପେକ୍ଷା କରିଛନ୍ତି ଭୁବନବାସୀ। ବିଜୟା ଦଶମୀ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ରୁ ଆରମ୍ଭ ହେଇଥିଲା ଐତିହାସିକ ତଥା ପାରମ୍ପରିକ ବଦଳ ଯାତ୍ରା। ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଳଦ ଯାତ୍ରା ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ବଳଦ ଯାତ୍ରା ମୁଖ୍ୟ ପରିଚାଳକ ଦିଲ୍ଲୀପ କୁମାର ଦାସ,ଥାନାଧିକାରୀ ମନସ୍ଵିନୀ ମହାନ୍ତି ଯୋଗଦେଇଥିଲେ । ଅତିଥି ଙ୍କ ସହ ଶାନ୍ତି କମିଟି ର ସମସ୍ତ ସଭ୍ୟ ଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବଳଦ ଯାତ୍ରା ର ସ୍ରଷ୍ଟା ଥୋରିଆ ସମାଜ ତରଫରୁ ରୀତି ନୀତି ଅନୁଯାୟୀ ବଳଦ ଯାତ୍ରା ଅନୁକୂଳ କରିଥିଲା । ସମୁଦାୟ ୩୦ ଟି ବଳଦ ଓ ଦୁଇଟି ଷଣ୍ଢ ଗୁଜୁରୀ ହାଟ ରୁ ଯାତ୍ରା ଆରମ୍ଭ କରି ସହର ପରିକ୍ରମା କରିଥିଲେ। ଏକାଦଶୀ ସନ୍ଧ୍ୟାରେ ପାଲା ମଣ୍ଡପ ଠାରେ ଚିତାକର୍ଷକ ରାବଣ ପୋଡ଼ି ଓ ଆତସବାଜି ମହୋତ୍ସବ ଅନୁଷ୍ଠିତ ହୋଇଥିଲା।ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦ ହଜାର ଦର୍ଶକ ଙ୍କ ଉପସ୍ଥିତିରେ ୩୦ ଫୁଟ ଉଚ୍ଚ ରାବଣ ପ୍ରଟିକୃତିରେ ଅଗ୍ନି ସଂଯୋଗ କରିଥିଲେ।ସମ୍ମାନିତ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା,ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବଳଦ ଯାତ୍ରା ମୁଖ୍ୟ ଦିଲ୍ଲୀପ ଦାସ ,ନାରୀନେତ୍ରୀ ସାଗରିକା ମିଶ୍ର, ଯୋଗଦେଇଥିଲ।ରାତ୍ର ୮ ଘଟିକା ସମୟରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ର ଅନ୍ତିମ ପର୍ବ ତଥା ମା ଦୁର୍ଗା ଙ୍କ ଭସାଣି ଶୋଭାଯାତ୍ରା। ଏଥିରେ ସମୁଦାୟ ୩୦ ଟି ବଳଦ,୨ ଟି ଷଣ୍ଢ,୧୧ ଟି ଦୁର୍ଗା ମେଢ଼ ଓ ୨ ଟି ହର ପାର୍ବତୀ ମେଢ଼ ସାମିଲ ହୋଇଥିଲେ।ପାରମ୍ପରିକ ବାଦ୍ୟ , ଲୋକ ନୃତ୍ୟ ଓ ଡିଜେ ସାଉଣ୍ଡ ର ତାଳେ ତାଳେ ଯୁବ ଗୋଷ୍ଠୀ ମତୁଆଲା ନୃତ୍ୟ କରିଥିଲେ । ଦିବା ୧୧ ଘଟିକା ସୁଦ୍ଧା ସମସ୍ତ ମେଢ଼ ନୂଆ ବଜାର ରେ ପହଞ୍ଚିବା ପରେ ମେଲଣ ଅନୁଷ୍ଠିତ ହୋଇଥିଲା । ହରିବୋଲ , ହୁଳହୁଳି,ଘଣ୍ଟ ଘଣ୍ଟା ଧ୍ବନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇପଡ଼ିଥିଲା । ହଜାର ହଜାର ଦର୍ଶକ ମା ଦୁର୍ଗା ଙ୍କୁ ଭକ୍ତି ଭାବ ସହ ଅଶ୍ରୁଳ ନୟନରେ ବିଦାୟ ଜଣାଇ ଅପେକ୍ଷା କରିଥିଲେ ଆସନ୍ତା ବର୍ଷକୁ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର,କମାକ୍ଷା ନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ, ଏସଡ଼ିପିଓ ଙ୍କ ତତ୍ତ୍ଵାବଧାନରେ ଭୁବନ ଥାନା ଆଇ ଆଇ ସି ମନସ୍ଵିନୀ ମହାନ୍ତି ,୫୦ ରୁ ଉର୍ଦ୍ଧ୍ବ ପୋଲିସ ଅଫିସର,୫ ପ୍ଲାଟୁନ ଫୋର୍ସ ଏବଂ ଶାନ୍ତି କମିଟି ସଦସ୍ୟ ଯାତ୍ରାକୁ ସୂଚାରୁରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *