ଭାଗବତ ଟୁଙ୍ଗି ର ପ୍ରତିଷ୍ଠା ଉତ୍ସବ

ନିଶ୍ଚିନ୍ତକୋଇଲି, ୨୯/୦୭/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା)- ଆଜିର କଥା କଥିତ ସମାଜରେ ବିଲୁପ୍ତ ପ୍ରାୟଆଧ୍ୟାତ୍ମିକ ଚେତନା ଓ  ପୁରାତନ ସଂସ୍କୃତି କୁ ଉଦ୍ଜୀବିତ କରିବା ପାଇଁ ନିଆରା ପ୍ରୟାସ କରିଛନ୍ତି ମହାନଦୀ ଚିତ୍ରୋତ୍ପଳା  ଦୋଆବ ଅଞ୍ଚଳ ର ଦାମୋଦରପୁର, ଜନାର୍ଦ୍ଦନପୁର ଓ ଖଣ୍ଡଗିରି ଆଦି ଗ୍ରାମ  ତଥା ଆଖପାଖ ଅଞ୍ଚଳ ର ବାସିନ୍ଦା ।  ସାତ ବର୍ଷ ହେବ ଦାମୋଦରପୁର ଗ୍ରାମରେ ପ୍ରତିଷ୍ଠା ହୋଇଛି ଭାଗବତ ଟୁଙ୍ଗି। ପୂର୍ବେ ଯେଉଁ ଭଳି ଭାବରେ  ମାଟି ଚାଳ ଛପର ଘର ଓ ଝୋଟି ଚିତା ପଡି ଘର ମନୋରମ ହୋଇଥାଏ, ସେହିଭଳି ଭାବରେ ନିର୍ମିତ ହୋଇଛି ଭାଗବତ ଟୁଙ୍ଗି। ଯେଉଁଠି ପ୍ରତ୍ୟହ ସନ୍ଧ୍ୟାରେ ଶ୍ରୀମଦ ଭାଗବତ ପାଠ ଓ ଚର୍ଚ୍ଚା ହୋଇଥାଏ।

ଗାଁ ଗହଳି ର ପୁରୁଖା ପୁରୁଷ ମହିଳା ଙ୍କ ଠାରୁ ଆରମ୍ଭ କରି ଯୁବକ ବାଳକ ପର୍ୟ୍ୟନ୍ତ ସମସ୍ତ ଙ୍କୁ ଦେଖିବାକୁ ମିଳେ ଏଠାରେ। ବସ୍ତୁବାଦୀ ସମାଜରେ ଅଧ୍ୟାତ୍ମବାଦ କୁ ସମସ୍ତେ  ଆପଣାଇପାରିଲେ ହୁଏତ ସମାଜରେ ଅଶେଷ ଶାନ୍ତି ଓ ସଦଭାବନା ବିରାଜମାନ କରିବ ବୋଲି ବିଚାର କରି ସଫଳ ପ୍ରୟାସ କରିଛନ୍ତି ଉଦ୍ୟୋକ୍ତା ମାନେ।

ଦାମୋଦରପୁର ଗ୍ରାମର ଅରକ୍ଷିତ ସାହୁ ଓ ତପନ କୁମାର ସାହୁ ଙ୍କ ତତ୍ୱାବଧାନ ରେ ସହଯୋଗୀ ଭଗବତ ପ୍ରମୀ ମାନଙ୍କ ଉଦ୍ୟମ ଓ ସହଯୋଗ ରେସପ୍ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଵିଧି ପୂର୍ବକ ପୂଜାର୍ଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ରାଧାମାଧବ ମଠର ଅବସରପ୍ରାପ୍ତ ମହନ୍ତ ଶ୍ରୀ ବିପ୍ର ଚରଣ ଦାସଙ୍କ ପୌରୋହିତ୍ୟରେ ମହନ୍ତ ଅଚ୍ୟୁତାନନ୍ଦ ଦାସ ପୂଜାର୍ଚନା କରିଥିଲେ । ଏହି ଉପଲକ୍ଷେ ଚତୁର୍ଥ ପ୍ରହରୀ ନାମଯଜ୍ଞ, ଭଜନ ସମାରୋହ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *