ଜିଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ

କେନ୍ଦ୍ରାପଡ଼ା,୧୦/୧୦/୨୦୨୫(ଓଡ଼ିଶା ସମାଚାର)- ଜିଲା ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପୌରସଂସ୍ଥା ଟାଉନ ହଲରେ ଆୟୋଜିତ ବୈଠକରେ ଜିଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ(ସାଧାରଣ )ନବକ୍ରିଷ୍ଣ ଜେନା, ଉପଜିଲାପାଳ ଅରୁଣ କୁମାର ନାୟକ,ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ,ପ୍ରାକ୍ତନ ଡିଏସଏସଓ ପ୍ରଭାସ ଚନ୍ଦ୍ର ଦାସ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ପୂର୍ବତନ ଅଧ୍ୟାପକ ଅଜୟ ସାମଲ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା, ସରକାରୀ ସୁବିଧା ସୁଯୋଗ, ଆଇନ ବ୍ୟବସ୍ଥା ପ୍ରଭୃତି ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ ।

ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା ଜିଲା ପ୍ରଶାସନ ପକ୍ଷରୁ ଯୋଗେଇଦିଆଯାଉଥିବା ସୁବିଧା ସୁଯୋଗ ଓ ବିଗତ ଦିନ ମାନଙ୍କରେ ଦିଆଯାଉଥିବା ସୁବିଧା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଭିନ୍ନକ୍ଷମ ବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ ।

ଯୋଗଗୁରୁ ସଞ୍ଜୟ କୁମାର ମଥାନଙ୍କ ନେତୃତ୍ୱରେ ନାଚଗୀତ ପରିବେଷଣ ହୋଇଥିବା ବେଳେ ସଙ୍ଗୀତ ଗୁରୁ କଳାକାର ପଣ୍ଡାଙ୍କ ନେତୃତ୍ୱରେ ସଚେତନତାଧର୍ମୀ କାର୍ଯ୍ୟକ୍ରମ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ଏବଂ ୧୦ ଜଣ ବରିଷ୍ଠ ନାଗରିକଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲା, ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଏବଂ ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *