ଘଟଗାଁ:ଜାତୀୟ ଦିବସ ପାଳନ କମିଟି  ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ 

 ଘଟଗାଁ, ୨୬/୦୧/୨୦୨୬ (ଓଡିଶା ସମାଚାର /ଚନ୍ଦ୍ରଶେଖର ସାହୁ )-ଘଟଗାଁର ସରକାରୀ ଓ ବେସରକାରୀ ଲୋକଙ୍କୁ ନେଇ  ଗଠିତ ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ୭୭ ତମ ସାଧାରାଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ଷ୍ଟାଡିୟମରେ ପାଳିତ ଏହି ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ମୁଖ୍ୟ ଅତିଥି ସ୍ଥାନୀୟ ବିଡ଼ିଓ ଖଗେଶ୍ୱର ବରାଳ ଛାତ୍ରଛାତ୍ରୀଙ୍କ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରି ଅଭିଭାଷଣରେ ଦେଶପ୍ରେମର ବାର୍ତ୍ତା ରଖିବା ସହିତ ଉଚ୍ଚଶିକ୍ଷା ଲାଭ କରି ଦେଶ ପୁନଃ ଗଠନରେ ବ୍ରତୀ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଦେଶାତ୍ମ ବୋଧକ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗୀତାରେ  କୃତିତ୍ୱ ହାସଲ କରିଥିବା ୮୮ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥି ସହ ଶ୍ରୀ ଗୁରୁକୁଳ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ବୋଧିପ୍ରିୟ ବିଶ୍ଵମୋହନ ନାୟକ, ଘଟଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଦିବ୍ୟାଂଶୁ ଶେଖର ପଇଦାଙ୍କୁ ଚାମ୍ପିୟାନ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥି ସହ ଅବସର ପ୍ରାପ୍ତ ସେନା କର୍ମଚାରୀ ବୈକୁଣ୍ଠ ନାଥ ମହାନ୍ତ, ପୂର୍ଣ୍ଣିଚନ୍ଦ୍ର ନାୟକ ଏବଂ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ପାଇଁ ବିଏଲଓ ସୁପରଭାଇଜର ନବକୃଷ୍ଣ ରାଉତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା ।

ମୁଖ୍ୟ ଅତିଥିଙ୍କ ସହ ସମ୍ମାନୀତ ଅତିଥି ତହସିଲଦାର ଚାରୁଲତା ସିଂ, ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା ,ବନାଞ୍ଚଳ ଅଧିକାରୀ ସରୋଜ ମିଶ୍ର,ଅଗ୍ନିଶମ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପଣ୍ଡା,କମିଟି ସମ୍ପାଦକ ତଥା ଏ ବି ଡି ଓ ଚିତ୍ତରଞ୍ଜନ ନାୟକ ପୁରସ୍କାର ବିତରଣ କରିଥିଲେ ।  ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ବିଜୟ କୁମାର ବେହେରା, ସସ୍ମିତା ରଥ ପ୍ୟାରେଡ ପରିଚାଳନା କରିଥିଲେ । ପରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରା ଯାଇଥିଲା। ସି ଆର ସି ସି ଆଶିଷ କୁମାର ବେହେରା, ପୂର୍ବତନ ସି ଆର ସି ସି ଡମ୍ବରୁଧର ବେହେରା,କମିଟି ସଦସ୍ୟ  ଚନ୍ଦ୍ରଶେଖର ସାହୁ,ଛବିନ୍ଦ୍ର ଜେନା, ସମୀର ପ୍ରଧାନ,ସ୍ବେଛାସେବୀ ସୁନୀଲ ଦେହୁରୀ,ସୁରେନ୍ଦ୍ର ପଟ୍ଟନାୟକଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ବେଶ ସଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *