ପହଲଗମ ଆତଙ୍କି ହମଲାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା,୨୩/୦୪/୨୦୨୫(ଓଡ଼ିଶା ସମାଚାର)-ବଳଦେବସେନା ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଜମ୍ମୁ ଓ କାଶ୍ମୀରର ପହଲଗମରେ ଆତଙ୍କି ଆକ୍ରମଣରେ ପ୍ରାଣ ହରାଇଥିବ ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ସମୂହ ଦୀପଦାନ କରାଯାଇଛି ।

ସେବକ ନୃସିଂହ ପ୍ରସାଦ ପତ୍ରୀ କହିଥିଲେ ଯେ ଆତଙ୍କବାଦୀ ମାନେ ନିରୀହ ପର୍ଯ୍ୟଟକଙ୍କୁ ତାଙ୍କର ଧର୍ମ ପଚାରି ଗୁଳି ମାରିଥିଲେ ଏହି ଅମାନୁଷିକ କାର୍ଯ୍ୟକଳାପ ପାଇଁ ତୁରନ୍ତ କେନ୍ଦ୍ର ସରକାର କଠୋର ପଦକ୍ଷେପ ନିଅନ୍ତୁ । ବଳଦେବସେନାର ସଭାପତି ପପୁନ୍ କୁମାର ସ୍ୱାଇଁ ଓ ମୁଖପାତ୍ର ଜ୍ୟୋତିରଞ୍ଜନ ପତ୍ରୀ କହିଛନ୍ତି ଯେ ବାରମ୍ବାର ଆତଙ୍କବାଦୀମାନେ ଆମ ଦେଶର ନିରୀହ ନାଗରିକଙ୍କୁ ହତ୍ୟା କରିଚାଲିଛନ୍ତି ଏହା ପଛରେ ଆମ ପଡ଼ୋଶୀ ଦେଶର ହାତ ରହିଛି କିନ୍ତୁ ଆମ ଦେଶ ସେହି ପଡ଼ୋଶୀ ଉପରେ କିଛି ବିହିତ ପଦକ୍ଷେପ ନେଉନାହାନ୍ତି ।

ଆଗାମୀ ଦିନରେ ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ କେନ୍ଦ୍ର ସରକାର ଏହି ଯାତ୍ରା ବନ୍ଦ ନକରି ଶୃଙ୍ଖଳାର ସହ ଆରମ୍ଭ କରିବାକୁ ନେଇ ସେମାନେ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଅମର କୁମାର ବାରିକ,ସଭ୍ୟ ଗଗନ ବିହାରୀ ମନ୍ତ୍ରୀ, ବେଣୁଧର ଶତପଥୀ,ମନୋରଞ୍ଜନ ସାହୁ ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା, ଉମାକାନ୍ତ ବେହେରା, ଲଲାଟେନ୍ଦୁ ବେହେରା, ଗଣେଶ ଗୋଛାୟତ, ପ୍ରକାଶ ଗୋଛାୟତ, ଶ୍ରୁତି ରଞ୍ଜନ ଦାଶ, ନୀତିଶ କୁମାରଙ୍କ ସମେତ ଅନ୍ୟ ସେବକ ପ୍ରମୋଦ କର, ପପୁନା ପତ୍ରୀ,ପ୍ରଫୁଲ୍ଲ କର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *