କଟକ ସଦର,୨୬/୦୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଇଶାଣିଵ୍ରହ୍ମପୁର ପଞ୍ଚାୟତ ଖେଣ୍ଟାଳ ମଙ୍ଗଦେଇପୁର ଗ୍ରାମର ତଥା କିଶନନଗର ଚିନ୍ତାମଣି ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ସ୍ୱୟଂ ଶଙ୍କର ବେହେରା କ୍ରୀଡା ରେ ଉତ୍କର୍ଷତା ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୈ।ରବ ଆଣିଛନ୍ତି।
ଏଥିପାଇଁ ଆଜି କିଶନନଗର ଠାରେ ଆୟୋଜିତ ଜାତୀୟ ଉତ୍ସବ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଵେଷ୍ଟ ଏନ୍ ସି ସି କ୍ୟାଡେଟ ଶ୍ରୀମାନ ସ୍ୱୟଂ ଶଙ୍କର ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ସ୍ୱୟଂ ଶଙ୍କର ଅଖିଳ ଭାରତ ଖେଳକୁଦ ପ୍ରତିଯୋଗିତାରେ କର୍ଣ୍ଣାଟକ ହାସନା ଜିଲ୍ଲା ରେ ଭାଗ ନେଇ ଲମ୍ବ ଡିଆଁ ରେ ତୃତୀୟ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଗୈ।ରଵ ଆଣିପାରିଛନ୍ତି।
