ଗଣମାଧ୍ୟମର ଉତ୍ତର ଦାଇତ୍ୱ ବହୁ ଗୁଣରେ ବୃଦ୍ଧି ପାଇଚି

ଡେନିମ ଆଣ୍ଡ ବ୍ଲୁସ ପକ୍ଷରୁବିଶ୍ୱ ଗଣମାଧ୍ୟମ ମୁକ୍ତ ଦିବସଅନୁଷ୍ଠିତ

ଭୁବନେଶ୍ୱର,୦୪/୦୫/୨୦୨୬ (ଓଡ଼ିଶା ସମାଚାର)-  ନୃତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ “ଡେନିମ ଆଣ୍ଡ ବ୍ଲୁସ “ପକ୍ଷରୁ ବିଶ୍ୱ ଗଣମାଧ୍ୟମ ମୁକ୍ତ ଦିବସ ସ୍ଥାନୀୟ ବୁଲନ ଭାଇ ସେବା ସଦନ ଠାରେ ନିର୍ଦ୍ଧେଶକ ପ୍ରିୟାଂଶୁ ପ୍ରିୟଦେବ ଓ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱର ଆରକ୍ଷୀ ଅତିରିକ୍ତ ନିର୍ଦ୍ଧେଶକ ଶୁଭକାନ୍ତ ଦାସ, ମୁଖ୍ୟବକ୍ତା ଭାବେ ବିଶ୍ୱବାଣୀ ସମ୍ପାଦକ ଅର୍ଜୁନ ମୁଦୁଲି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ସୁବୁଦ୍ଧି,ଉତ୍କଳ ବୁଲେଟିନ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ଉପସ୍ଥିତ ରହିବା ସହ ବର୍ତମାନ ସମୟରେ ଗଣମାଧ୍ୟମ କଣ୍ଟକିତ ପଥ ଦେଇ ଅତିକ୍ରମ କରିବା ସହ ତାର ଉତ୍ତର ଦାୟିତ୍ୱ ବହୁ ଗୁଣରେ ବୃଦ୍ଧି ପାଇଥିବା ନେଇ ମତପ୍ରକାଶ କରିଥିଲେ ।

ସତ୍ୟ, ତଥ୍ୟ ଖବର ପରିବେଷଣ ସହ କୌଣସି ଚାପର ବଶବର୍ତ୍ତୀ ନ ହୋଇ ସାଧାରଣ ବ୍ୟକ୍ତିବିଶେଷଙ୍କ ପାଇଁ କାମ କରିବା ସହିତ ସରକାର ଓ ଜନତାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଆବଶ୍ୟକ ବୋଲି ଅତିଥି ସମୂହ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସାହିତ୍ୟିକା, ସଂଯୋଜିକା ସରୋଜିନୀ ମିଶ୍ର, ସାମ୍ବାଦିକା ବର୍ଷା ଦାସ, ଦିବ୍ୟାଂସା ପଣ୍ଡା ଙ୍କ ସହିତ ଅନ୍ୟ ପ୍ରତିଭାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଓଡ଼ିଆ ଭାଷା ସହିତ ବିଭିନ୍ନ ଭାଷାର ସମ୍ବାଦପତ୍ର ପ୍ରଦର୍ଶନୀ କରାଯାଇଥିଲା । ଶେଷରେ ଅନୁଷ୍ଠାନର ପିଲାମାନଙ୍କଦ୍ୱାରା ଓଡିଶା ର କଳା, ସଂସ୍କୃତି, ପରମ୍ପରା ଆଧାରିତ ନୃତ୍ୟ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *