କଟକ ସଦର, ୨୬/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ତହସିଲ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଜାତୀୟ ଉତ୍ସବ ପାଳନ କମିଟି ସଭାପତି ତହସିଲଦାର କ୍ଷିରୋଦ କୁମାର ଦାଶ ଙ୍କ ତତ୍ତ୍ୱାବଧାନରେ ଆଜି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ଙ୍କ ପରିଚାଳନାରେ ଆୟୋଜିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଯିଏ ଯେଉଁ ବୃତ୍ତିରେ ଥିଲେ ମଧ୍ୟ ଦେଶମାତୃକାର ସେବା ପାଇଁ ସଂକଳ୍ପବଦ୍ଧ ହେବା ପାଇଁ ଜନସାଧାରଣଙ୍କୁ ବିଧାୟକ ଅଭିଭାଷଣରେ କହିବା ସହିତ ଛାତ୍ରଛାତ୍ରୀମାନେ ଏଥିପାଇଁ ଆଗଭର ହେବାକୁ କହିଥିଲେ।

ସବୁ ସତ୍ୱେ କମିଟିର ଅବ୍ୟବସ୍ଥା ଯୋଗୁଁ ଜାତୀୟ ପତାକା ଉତ୍ତୋଳନ ସମୟରେ ଛିଡି ପଡ଼ିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କାର୍ୟ୍ୟକ୍ରମ ପରିଚାଳନାରେ ଚିତ୍ତରଞ୍ଜନ ସାହୁ,ସାଧୁ ଚରଣ ଜେନା, ରମା ପ୍ରସାଦ ବିଶ୍ୱାଳ, ପ୍ରଭାତ କୁମାର ସେଠୀ, କ୍ଷିତେନ୍ଦ୍ର ମିତ୍ର, ପ୍ରାଧ୍ୟାପକ ଦେବେନ୍ଦ୍ର ବାରିକ୍, ପ୍ରାଧ୍ୟାପକ ଡ଼ଃ କିଶୋର ଚନ୍ଦ୍ର ଦାସ, ଅଧ୍ୟାପକ ଧରଣୀଧର ଜେନା, କ୍ରୀଡାଵିତ୍ ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ସହାୟତା କରିଥିଲେ।
ସେହିପରି କିଶନ ନଗର ଥାନାରେ ଥାନା ଅଧିକାରୀ ମାନେଶ୍ୱର ପ୍ରଧାନ ପତାକା ଉତ୍ତୋଳନ କରିଥିବା ବେଳେ କିଶନନଗର କୃଷକ ସେବା ସମବାୟ ସମିତି ରେ ସଭାପତି ବିରଞ୍ଚିନାରାୟଣ ପଣ୍ଡା ଓ ଉପସଭାପତି ବାବୁଲି ନାୟକ ପତାକା ଉତ୍ତୋଳନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଡାଇରେକ୍ଟର ଙ୍କ ସମେତ ସଂପାଦକ ଚନ୍ଦ୍ର ଶେଖର ରାଉତ ସହାୟତା କରିଥିଲେ। ସେହିପରି ଯଶପଡା ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଗ୍ଲୋବାଲ ଇଣ୍ଡିଆନ ପବ୍ଲିକ ସ୍କୁଲ ରେ ନିର୍ଦେଶକ ଚୌଧୁରୀ ଡ଼ଃ ସତ୍ୟ ଦାସ ପତାକା ଉତ୍ତୋଳନ କରିଥିଲେ। ସେହିପରି କଟକ ସଦର ବ୍ଲକରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଓ ଵିଡିଓ ପ୍ରତୀକ ସାହୁ ଙ୍କ ଉପସ୍ଥିତି ରେ ପତାକା ଉତ୍ତୋଳନ କରିଥିଲେ।
ସେହିପରି କିଶନନଗର ଠାରେ ଥିବା ମଣ୍ଟେସୋରୀ ଆଗ୍ରୋଟେକ ପରିସରରେ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ସମାଜସେବୀ ପ୍ରଭାସ ଚନ୍ଦ୍ର ସେଠୀ ଙ୍କ ସହିତ ପତାକା ଉତ୍ତୋଳନ କରିଥିଲେ। ସେହିପରି କଟକ ସଦର କନ୍ଦରପୁର,ଵୈୟାଳିସ ମୈ।ଜା, କନ୍ଦରପୁର, କିଶନନଗର, ନେମାଳ ଅଞ୍ଚଳର ସବୁ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ସହିତ ଶିକ୍ଷାନୁଷ୍ଠାନ ମାନଙ୍କରେ ଆନନ୍ଦ ଉଲ୍ଲାସର ସହିତ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି।
