ଭୁବନ, ୧୭/୦୯/୨୦୨୫ (ଓଡ଼ିଶା ସମାଚାର)- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ ତମ ଜୟନ୍ତୀ ଅବସରରେ ଓଡ଼ିଶାରେ ୭୫ ଲକ୍ଷ ବୃକ୍ଷ ରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରି ପ୍ରତି ଜିଲ୍ଲାକୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପ୍ରଦାନ କରିଥିଲେ ।
ଢେ଼ଙ୍କାନାଳ ଜିଲ୍ଲା ରେ ୨.୫ ଲକ୍ଷ ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ ଥିବା ବେଳେ ଭୁବନ ର ସମସ୍ତ ସ୍କୁଲ,କଲେଜ, ଥାନା,ଡାକ୍ତରଖାନା ସମେତ ସରକାରୀ, ବେସରକାରୀ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା। ବନ ବିଭାଗ ତରଫରୁ ମହିଳା ମହାବିଦ୍ୟାଳୟ ରେ ବୃକ୍ଷ ରୋପଣ କରାଯାଇଥିଲା ବେଳେ ବାଜି ରାଉତ କଲେଜ ରେ ଏନ୍ ଏସ ଏସ,ଏନ୍ ସି ସି, ସ୍କାଉଟ,ଗାଇଡ,ରେଡକ୍ରସ ପିଲାଙ୍କ ଦ୍ଵାରା ବୃକ୍ଷ ରୋପଣ ହୋଇଥିଲା । ବିଧାୟକ ଶତ୍ରୁଘ୍ନ ଜେନା ତକ୍ଷଶିଳା ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
