ନିମାପଡ଼ା, ୨୫/୦୧/୨୦୨୬ (ଓଡ଼ିଶା ସମାଚାର)-ସ୍ଥାନୀୟ ଧଳେଶ୍ୱର ଖେଳ ପଡ଼ିଆରେ ଟେନିସ ବଲ କ୍ରିକେଟ ଟୋର୍ଣ୍ଣମେଣ୍ଟର ୫୨ ତମ ସଂସ୍କରଣ ଆୟୋଜିତ ହୋଇଯାଇଛି। ଉଦଘାଟନୀ ମ୍ୟାଚରେ ଅବସରପ୍ରାପ୍ତ ଅନୁଶାସନ ସଚିବ ସୁଧୀରଞ୍ଜନ ବରାଳ, ଯୁବ ବ୍ୟବସାୟୀ ଚିତ୍ତରଞ୍ଜନ ମହାପାତ୍ର,ଯୁବ ସାମାଜିକ କର୍ମୀ ଚନ୍ଦ୍ରକାନ୍ତ ବରାଳ ଓ ବରିଷ୍ଠ ନାଗରିକ ମଞ୍ଚର ସଭ୍ୟ ଦେବେନ୍ଦ୍ର ମୁଦୁଲି ପ୍ରମୁଖ ଯୋଗଦେଇଥିଲେ। ଉଦଘାଟନୀ ମ୍ୟାଚରେ ଡେଣୁଅ କ୍ରିକେଟ କ୍ଲବ ଓ ଚାଉଳବସ୍ତ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ପ୍ରଥମେ ବ୍ୟାଟିଂ କରି ଡେଣୁଅ ନିର୍ଦ୍ଧାରିତ ୨୦ ଓଭରରେ ୧୩୯ ରନ କରିଥିଲା।୧୪୦ ରନର ବିଜୟଲକ୍ଷ କୁ ପିଛାକରି ଚାଉଳବସ୍ତ ଟିମ ୧୪.୫ ଓଭରରେ ବିଜୟଲକ୍ଷ ହାସଲକରି ପ୍ରଥମ ଦଳ ଭାବରେ ସେମିଫାଇନାଲ ରେ ପ୍ରବେଶ କରିଛି। ବିଜେତା ଦଳର ଚନ୍ଦନ ୩୦ ଟି ବଲ ରୁ ୫୬ ରନ ସଂଗ୍ରହ କରି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ବିବେଚିତ ହେଲେ। ସୁକାନ୍ତ ଦାସ ଓ ସୁବାସ ଦାସ ମ୍ୟାଚ ପରିଚାଳନା କରୁଥିବା ବେଳେ କାହ୍ନା ଓ ପ୍ରସନ୍ନ ସ୍କୋରର ଦାୟିତ୍ୱ ତୁଲାଇଥିଲେ। ଲାଲ୍ଟୁ, କାଳୁ, ବାବୁନି, ବିଶାଲ ପ୍ରମୁଖ ମ୍ୟାଚ ପରିଚାଳନା କରୁଥିଲେ ।
