ନିମାପଡା, ୧୨/୦୧/୨୦୨୫ (ଓଡ଼ିଶା ସମାଚାର)-ନିମାପଡା ଆଥଲେଟିକ ଆସୋସିଏସନ ପକ୍ଷରୁ ନିମାପଡା ବାରବାଟୀ ପଡିଆରେ ଚାଲୁଥିନା ୨୯ତମ ନିମାପଡା କପ୍ ତଥା ପ୍ରଥମ ତାପସ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଏହି ମୁକାବିଲାରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଏବଂ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଇଷ୍ଟକୋଷ୍ଟ ରେଲୱେକୁ ୩ ୱିକେଟରେ ହରାଇ ରାମେଶ୍ୱର ସ୍ପୋର୍ଟିଙ୍ଗ ଚଳିତ ବର୍ଷ ଚାମ୍ପିୟ।ନ ଆଖ୍ୟା ଅର୍ଜନ କରିଛି । ପ୍ରଥମେ ଟସଜିତି ରେଲୱେ ଦଳ ନିର୍ଦ୍ଧାରିତ ୩୦ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୫୯ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ରାକେଶ ମହାନ୍ତି ୩୭ ଓ ପ୍ରଶାନ୍ତ ସାହୁ ୩୪ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ରାମେଶ୍ୱର ଦଳର ବୋଲର ଆଶୁତୋଷ ନାୟକ ୫ଟି ୱିକେଟ ଅକ୍ତିଆର କରିଥିଲେ । ଦ୍ଵିତୀୟାର୍ଦ୍ଧରେ ରାମେଶ୍ୱର ଦଳ ବ୍ୟାଟିଂ ଏମ ଜୀ ଗୋପନଳଙ୍କ ୬୩ ଏବଂ ସିଦ୍ଧାର୍ଥ ବେହେରାଙ୍କ ୪୯ ରନ ସହାୟତାରେ ୭ ୱିକେଟ ବିନିମୟରେ ୧୬୨ ରନ କରି ବିଜୟ ଲାଭ କରିଥିଲା । ଦଳର ଖେଳାଳି ଆଶୁତୋଷ ନାୟକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଚଳିତ ଟୁର୍ନାମେଣ୍ଟରେ ମ୍ୟାନ ଅଫ ଦିସିରିଜି ଓ ଵେଷ୍ଟ ବ୍ୟାଟର ଭାବେ ଯଥାକ୍ରମେ ଏମ ଜୀ ଗୋପାଳ ଓ ସାରାଂଶ କୁମାରଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା । ଅତିଥି ଭାବେ ଓଡ଼ିଆ ଚଳଚିତ୍ର ଜଗତର ସୁନାମଧୀନ ନାୟିକା ଶିବାନୀ ଆଥେଲେଟିକ ଆସୋସିଏସନର ସଭାପତି ତଥା ପୂର୍ବତନମନ୍ତ୍ରୀ ସମୀର ରଞ୍ଜନ ଦାଶ ସମ୍ପାଦକ ଜୀବନାନନ୍ଦ ମହାପାତ୍ର ଆସୋସିଏସନ କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ୍ତ ଖଟୋଇ ନିମାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ ଶ୍ରଦ୍ଧାସୁମନ ଦାଶ ସଞ୍ଜୟ ଦାଶ ପୂର୍ଣ୍ଣ ଚନ୍ଦ୍ର ସାହୁ ଏବଂ ଆସୋସିଏସନ ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜେତା ରାମେଶ୍ୱର ସ୍ପୋର୍ଟିଙ୍ଗ ଦଳକୁ ନଗଦ ୬୦ ହଜାର ୧ ଟଙ୍କା ଏବଂ ଉପବିଜେତା ଇଷ୍ଟକୋଷ୍ଟ ରେଲୱେ ଦଳକୁ ନଗଦ ୩୦ ହଜାର ୧ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଚଳିତ ଫାଇନାଲ ମ୍ୟାଚରେ ଅତିଥି ଭାବେ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାରଟିକୁ ପ୍ରଦାନ କରିଥିଲେ । ଅମ୍ପ।ୟାର ଭାବେ ନିର୍ମଳ ମିଶ୍ର ଓ ସମ୍ବିତ ପଟ୍ଟନାୟକ ଖେଲ ପରିଚାଳନା କରିଥିଲେ ।
୨୯ ତମ ନିମାପଡା କପ : ରାମେଶ୍ୱର ସ୍ପୋର୍ଟିଙ୍ଗ ଚାମ୍ପିୟ।ନ
