ଭୁବନେଶ୍ୱର,୧୮/୦୨/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜ୍ୟ ସ୍ତରୀୟ ପ୍ରଶାନ୍ତ ରାଉତରାୟ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଟ ଆସନ୍ତା କାଲି ୧୯ତାରିଖରୁ ବିଜେବି କଲେଜ ଖେଳ ପଡ଼ିଆରେ ଭୁବନେଶ୍ବର ଓକିଲ ସଂଘ ଆନୁକୁଲ୍ୟାଲରେ ଆରମ୍ଭ ହେବାକୁ ଯାଉଅଛି । ଏହି ଟୁର୍ଣ୍ଣାମେଟର ଓଡ଼ିଶାର ବିଭିନ୍ନ ଓକିଲ ସଂଘର ୮ଟି ଟିମ୍ ଅଂଶଗ୍ରହଣ କରିବେ ।
ଏଥିରେ ବିଚାବିଭାଗୀୟ ଏକାଦଶ ସହ ପ୍ରଶାସନ ଏକାଦଶ ଖେଳ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଶାନ୍ତ ରାଉତରାୟ ମେମୋରିଆଲ କ୍ରିକେଟ ଜର୍ସି ଉନ୍ମୋଚିତ ହୋଇଛି।
ଏଥିରେ ଭୁବନେଶ୍ବର ଓକିଲ ସଂଘ ସମ୍ପାଦକ ଦିପକ କୁମାର ଦାଶ, ଯୁଗ୍ମ ସମ୍ପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଖେଳ କମିଟି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ଦାସ, ସହ ଅଧ୍ୟକ୍ଷ ସନ୍ତୋଷ ଚୌଧୁରୀ, ଭୁବନେଶ୍ବର ଟିମ୍ କ୍ୟାପ୍ଟେନ୍ ସୁମନ ରାଉତରାୟ, ଖେଳ ପରିଚାଳଣା କମିଟି ସଦସ୍ୟ ଜୟନ୍ତ କୁମାର ଜେନା, ନିହାର ରଞ୍ଜନ ସେଠୀ ଓ ଖେଳ କମିଟି ମ୍ୟାନେଜର ରମାକାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତଥିଲେ।