ସର୍ବବୃହତ ହିନ୍ଦୋଳ ସାମ୍ବାଦିକ ସଂଘ ର ୨୯ତମ ବାର୍ଷିକ ଉତ୍ସବ

ଖଜୁରିଆକଟା, ୨୫/୦୧/୨୦୨୬(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ଅନ୍ତର୍ଗତ ସର୍ବପୁରାତନ ପଞ୍ଜିକୃତ ହିନ୍ଦୋଳ ସାମ୍ବାଦିକ ସଂଘର ୨୯ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ସାମ୍ବାଦିକ ସଂଘ ସଭାପତି ସୁମନ୍ତ ଦେହୁରୀଙ୍କ ସଭାପତିତ୍ୱରେ ତଥା ସମ୍ପାଦକ ପ୍ରଭାତରଞ୍ଜନ ପୃଷ୍ଟିଙ୍କ ତତ୍ୱାବଧାନରେ ସର୍ବପୁରାତନ ସର୍ବବୃହତ ପଞ୍ଜିକୃତ ତଥା ପ୍ରିଣ୍ଟ ଓ ଇଲେ।କ୍ଟ୍ରୋନିକସ ଗଣମାଧ୍ୟମ “ହିନ୍ଦୋଳ ସାମ୍ବାଦିକ ସଂଘ “ର ଏହି ୨୯ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବରେ ସୁନାମଧନ୍ୟ ନିୟୁରୋ ପ୍ରଫେସର ବ୍ରହ୍ମପୁର ମେଡିକାଲ କଲେଜର ତଥା ହିନ୍ଦୋଳ ମାଟିର ସନ୍ତାନ ଡାକ୍ତର ବ୍ରହ୍ମlନନ୍ଦ ପଣ୍ଡା, ସମାନିତ ଅତିଥି ଭାବରେ ଅତିରିକ୍ତ ଏସପି ତଥା ହିନ୍ଦୋଳ ଉପଖଣ୍ଡ ଆରକ୍ଷୀଅଧିକ୍ଷକ ସତ୍ୟକୁମାର ନନ୍ଦ, ଡାକ୍ତର ଚୈତନ୍ୟ ସାହୁ, ପୂର୍ବତନ ବ୍ଲକଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ଯୋଗଦେଇଥିବାବେଳେ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଜନସାଧାରଣ ଯୋଗଦେଇଥିଲେ।

ଏହି ବୃହତ କାର୍ଯ୍ୟକ୍ରମରେ ହିନ୍ଦୋଳ କଳାକାର ସଂଘ ସଭାପତି ବିମଳ ବିଶ୍ୱାଳ ନିଜର ଯାଦୁକରୀ ଚମତ୍କାରିତା ଦେଖାଇଥିବାବେଳେ ବହୁ ସ୍ଥାନୀୟ କଳାକାର ନିଜର କଳାନୈପୁଣତା ଦେଖାଇଥିଲେ। ସଂକୀର୍ଣ୍ଣମଣ୍ଡଳୀ, ସଂଗୀତ କଳାକାର, ପାଇକଆଖଡ଼ା କଳାକାରମାନେ ନିଜନିଜ କଳାନୈପୁଣତା ଦେଖାଇଥିବାବେଳେ ମୁଖ୍ୟଅତିଥି,ସମ୍ନାନିତ ଅତିଥି ମାନଙ୍କ ଦ୍ୱାରା ସମସ୍ତ କଳାକାର, ପ୍ରବୀଣ ଶିକ୍ଷାବିତ,ପୂର୍ବତନ ସୈନିକ, କୃଷକଙ୍କ ସମେତ ବହୁ କ୍ଷେତ୍ରରେ ହିନ୍ଦୋଳର ଗର୍ବ ବଢ଼ାଇଥିବା ବିଶିଷ୍ଟ ବ୍ୟକ୍ତି, ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ହିନ୍ଦୋଳ ସାମ୍ବାଦିକ ସଂଘ ଉନୟନ ପାଇଁ ସାଂସଦ, ବିଧାୟକ ପାଣ୍ଠିରୁ ଅର୍ଥାକ ଅନୁଦାନ ପ୍ରଦାନ କରାଯାଇଥିବା ମାନ୍ୟବର ସାଂସଦ ରୁଦ୍ରନାରାୟଣ ପାଣି ଘୋଷଣା କରିଥିଲେ ଯାହାକୁ ସାମ୍ବାଦିକମାନେ ସୁସ୍ୱାଗତ କରିଥିଲେ।

ତେବେ ପ୍ରାୟ ଛଅଶହରୁ ଉର୍ଦ୍ଧ ବିଭିନ୍ନ ବର୍ଗର ଜନସାଧାରଣ, ବୁଦ୍ଧିଜୀବୀ, ସାମ୍ବାଦିକ ଏହି କାର୍ଯ୍ୟକ୍ରମ ଯୋଗଦେଇଥିବାବେଳେ ହିନ୍ଦୋଳ ଏସ୍ଡ଼ିପିଓ ସୁନାମଧନ୍ୟ କଣ୍ଠଶିଳ୍ପୀ ସତ୍ୟ କୁମାର ନନ୍ଦଙ୍କ ସୁଲଳିତ ଦେଶାତ୍ମକ ସଂଗୀତ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।ସାମ୍ବାଦିକ ସୁଶାନ୍ତ ପତି, ବିମଳ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ ଏବଂ ସଂଘ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ତେବେ ହିନ୍ଦୋଳ ସାମ୍ବାଦିକ ସଂଘ ର ଏହି ସର୍ବବୃହତ କାର୍ଯ୍ୟକ୍ରମ ସାରା ଜିଲାରେ ଆଲୋଚନାର ବିଷୟ ବସ୍ତୁ ପାଲଟିଥିବାବେଳେ ନିର୍ବାଚନମଣ୍ଡଳୀ ଜନସାଧାରଣ ଉଚ୍ଚପ୍ରଶଂସା କରିଛନ୍ତି

Leave a Reply

Your email address will not be published. Required fields are marked *