ସାକ୍ଷୀଗୋପାଳ,୨୫/୦୧/୨୦୨୬ (ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୦୪ ତମ ଶ୍ରୀକ୍ଷେତ୍ରରୁ ସାକ୍ଷୀଗୋପାଳ ଆଗମନୀ ସ୍ମୃତି ମହୋତ୍ସବ ସ୍ଥାନୀୟ ସତସଙ୍ଗ ବିହାରରେ ରବିବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରଦ୍ଧାଳୁ ଙ୍କ ସମାବେଶ, ଭଜନ କୀର୍ତ୍ତନ ଓ ସତସଙ୍ଗ ସଦାଲୋଚନା କୁ ନେଇ ସତସଙ୍ଗ ବିହାର ରେ ଆଧ୍ୟାତ୍ମିକ ମୟ ପରିବେଶ ସୃଷ୍ଟି ହୋଇଥିଲା।
ପ୍ରତ୍ୟୁଷରୁ ବେଦ ମାଙ୍ଗଳିକ , ଉଷା କୀର୍ତ୍ତନ, ପ୍ରାତଃ ବିନତି, ଗ୍ରନ୍ଥ ପାଠ, ସଙ୍ଗୀତାଞ୍ଜଳୀ, ସତସଙ୍ଗ ଓ ସଦାଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ପୁରୀ ଠାକୁର ବାଡିରୁ ରଥାରୂଢ଼ ଶ୍ରୀ ଶ୍ରୀ ଠାକୁର ଙ୍କ ବିଗ୍ରହ ସହ ଶୋଭାଯାତ୍ରା ସାକ୍ଷୀଗୋପାଳ ମନ୍ଦିର ଠାରୁ ବାହାରି ନଗର କୀର୍ତ୍ତନରେ ସତସଙ୍ଗ ବିହାର ରେ ପହଞ୍ଚିଥିଲା। ସତସଙ୍ଗ ବିହାରର ୧୮ ତମ ବାର୍ଷିକ ସ୍ମୃତି ସଭାରେ ସହ ପ୍ରତିରିତିକ ହୃଷିକେଶ ସେନାପତି, ଗ୍ୟୈରାଙ୍ଗ ଚରଣ ସାହୁ, କଣ୍ଡୁରୀ ଚମ୍ପତି, ଅରୁଣ କୁମାର ସାହୁ ଓ ନିରଞ୍ଜନ ବେହେରା ଯୋଗଦେଇ ଠାକୁରଙ୍କ ଭକ୍ତି ଉପଦେଶ ମାନବ ସମାଜର ଶୃଙ୍ଖଳିତ ଜୀବନ ଯାପନରେ ସହାୟକ ହୋଇଥାଏ ବୋଲି ଆଲୋଚନା କରିଥିଲେ।
ସଭାପତିତ୍ବ କରିଥିଲେ ଗୋପିନାଥ ତ୍ରିପାଠୀ। ଏହି ଅବସରରେ ସ୍ମରଣିକା ତପୋଦିପାଳି ଅତିଥି ମାନେ ଉନ୍ମୋଚନ କରିଥିଲେ। ଅପରାହ୍ନ ରେ ମାତୃ ସମ୍ମିଳନୀରେ ସତସଙ୍ଗ ବିହାର ରିତିକ ରାଧାଶ୍ୟାମ ମିଶ୍ର, ହରେକୃଷ୍ଣ ମହାନ୍ତି, ଉଦୟନାଥ ମିଶ୍ର, ନଗେନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଉତ୍ସବ କମିଟି ଅଧ୍ୟକ୍ଷ ପ୍ରହଲ୍ଲାଦ ଘଟୁଆରୀ, ଶିଶିର ପରିଡା, ବିଜୟ କୁମାର ବିଶ୍ବାଳ, ସୁରଞ୍ଜନ ମହାପାତ୍ର, ନିରଞ୍ଜନ ମହାପାତ୍ର, ଶିଶିର ମିଶ୍ର ଓ ବଳଭଦ୍ର ମହାପାତ୍ର ପରିଚାଳନା ରେ ସହଯୋଗ କରିଥିଲେ। ଶ୍ରଦ୍ଧାଳୁ ମାନେ ସନ୍ଧ୍ୟା ଆରତି, ପ୍ରାର୍ଥନା , ସମବେତ ପ୍ରସାଦ ସେବନରେ ସାମିଲ ହୋଇଥିଲେ ।
