କେନ୍ଦ୍ରାପଡା ଜିଲା ସ୍ତରୀୟ ସାହିତ୍ୟର ସ୍ୱର

କେନ୍ଦ୍ରାପଡ଼ା,୨୫/୦୧/୨୦୨୬(ଓଡ଼ିଶା ସମାଚାର)- ‘ଅପରାହ୍ନ’ ଦୈନିକ ଖବର କାଗଜର ଆହ୍ୱାନରେ କେନ୍ଦ୍ରାପଡା ଜିଲା ସ୍ତରୀୟ ସାହିତ୍ୟର ସ୍ୱର କେନ୍ଦ୍ରାପଡା ଜିଲା ସଂଯୋଜକ ପ୍ରକୃତିବନ୍ଧୁ ନୃସିଂହ ଚରଣ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲା ସାହିତ୍ୟ ସଂସଦ ସଭାପତି କରୁଣାକର ଦାସ, ସମ୍ମାନିତ ଅତିଥି ଭାବେ ସତୀର୍ଥ ସଭାପତି କବି ଅମର ପ୍ରସାଦ ରାଉତ, ଆମ ଗାଁ ସାହିତ୍ୟ ପରିଷଦ ସଭାପତି ସଞ୍ଜୟ ମଲ୍ଲିକ, ସଂପାଦକ ସ୍ୱପ୍ନାଂଶୁ କୁମାର ଦାସ, ସଚେତନ ସାହିତ୍ୟ ସଂସଦ ସଂପାଦକ ଡ. ଅଭୟ କୁମାର ରଉାତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

କେନ୍ଦ୍ରାପଡା ଜିଲା ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ ଓ କବି ଶୈଳଜାଶଙ୍କର ସାମଲଙ୍କ ମିଳିତ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଙ୍କୁ ପରିଚାଳନା କରିଥିଲେ କବି ମନୋରଞ୍ଜନ ତ୍ରିପାଠୀ, ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି,ଗୋବିନ୍ଦ ବେହେରା ଓ ଶ୍ରୀଧର କୁମାର ଭୋଳ । ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦୈନିକ ଖବର କାଗଜ ଅପରାହ୍ନ ସଂପାଦକ ବଂଶୀଧର ଜେନା, ମୁଖ୍ୟବକ୍ତା କବି ହେମନ୍ତ କୁମାର ରାଉତ, ବିଶିଷ୍ଟ ଅତିଥି ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସମ୍ମାନିତ ଅତିଥି ଲକ୍ଷ୍ମୀପ୍ରିୟା ଦାସ, ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, କେନ୍ଦ୍ରାପଡା ଜିଲା ସାହିତ୍ୟ ସଂସଦ ଉପସଭାପତି ପ୍ରଦୀପ କୁମାର ଦାସ ଓ ରାମକୃଷ୍ଣ ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ କବି ପ୍ରେମଲତା ଗିରି, ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ସ୍ୱର୍ଣ୍ଣଲତା ସାହୁ, ଡା. ନିରାକାର ତ୍ରିପାଠୀ, ଲକ୍ଷ୍ମୀପ୍ରିୟା ଦାସ, ବଂଶୀଧର ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟଙ୍କ ପ୍ରବନ୍ଧ ପୁସ୍ତକ ଓଡିଆ ପଦ୍ୟାବଳୀ ସାହିତ୍ୟ ଓ ସଂଗୀତଜ୍ଞ ବନମାଳୀ ଓ କବି ଗୋବିନ୍ଦ ବେହେରାଙ୍କ ସଂପୂର୍ଣ୍ଣ କବିତା ପୁସ୍ତକ ବନପ୍ରଭା ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଏଥିରେ ସହଯୋଗ କରିଥିଲେ ଅଶୋକ କୁମାର ପରିଡା, ରଜନୀକାନ୍ତ ଦାସ, ପବିତ୍ର ନାରାୟଣ ମହାନ୍ତି, ପ୍ରଜ୍ଞା ପରମିତା ରାଉତ, ଅପର୍ତି ସେଠୀ ପ୍ରମୁଖ । ମନୋରଞ୍ଜନ ତ୍ରିପାଠୀ ଉଭୟ ଅଧିବେଶନରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କେନ୍ଦ୍ରାପଡା ଜିଲା ସହ ସଂଯୋଜକ ଗୋବିନ୍ଦ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ କବିତା ପାଠୋତ୍ସବରେ ୮୦ରୁ ଉର୍ଦ୍ଧ କବି ସ୍ୱରଚିତ କବିତା ପାଠ କରିଥିଲେ । ସେମାନଙ୍କୁ ଉତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *