ଜୁନାଗଡ଼,୨୫/୦୧/୨୦୨୬ (ଓଡ଼ିଶା ସମାଚାର /ରାକେଶ ବେମାଲ):ଜୁନାଗଡ଼ ମେଡିକାଲ ପରିସରରେ ସମ୍ବାଦ ,ଆମ ଓଡିଶା ଓ କାଚାରା ସଂଘର ସଂଯୁକ୍ତ ଆୟୋଜନରେ ସମ୍ବାଦର ଜୁନାଗଡ଼ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆଙ୍କ ନେତୃତ୍ୱରେ ଏକ ବୃହତ୍ ରକ୍ତଦାନ ଶିବିର ସଫଳତାର ସହ ଆୟୋଜିତ ହୋଇଛି। ଏହି ମାନବିକ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ରକ୍ତାଭାବ ଭୋଗୁଥିବା ରୋଗୀମାନଙ୍କୁ ସମୟରେ ଜୀବନରକ୍ଷା ସହାୟତା ପ୍ରଦାନ କରିବା।ଶିବିରରେ ଜୁନାଗଡ଼ ସହର ତଥା ଆଖ ପାଖ ଅଞ୍ଚଳର ଏବଂ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟକ ଯୁବକ-ଯୁବତୀ, ସାମାଜିକ କର୍ମୀ ଓ ସଚେତନ ନାଗରିକ ସ୍ୱଇଚ୍ଛାରେ ରକ୍ତଦାନ କରି ମାନବତାର ପରିଚୟ ଦେଇଥିଲେ। ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନଙ୍କ ଉପସ୍ଥିତିରେ ସମସ୍ତ ସୁରକ୍ଷା ନିୟମ ମାନି ରକ୍ତ ସଂଗ୍ରହ କରାଯାଇଥିଲା।
ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି, ରକ୍ତଦାନ ହେଉଛି ସବୁଠାରୁ ଶ୍ରେଷ୍ଠ ଦାନ। ଏକ ବିନ୍ଦୁ ରକ୍ତ ମଧ୍ୟ କାହାର ଜୀବନ ବଞ୍ଚାଇପାରେ। ଏହି ଶିବିର ମାଧ୍ୟମରେ ସମାଜରେ ରକ୍ତଦାନ ପ୍ରତି ସଚେତନତା ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରାଯାଇଛି।ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ମାନେ ଏହି ପ୍ରଶଂସନୀୟ ପଦକ୍ଷେପକୁ ସ୍ୱାଗତ କରି ସମ୍ବାଦ ,ଆମ ଓଡିଶା ଓ କାଚରା ସଂଘଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଏପରି ଅଧିକ ଲୋକ ହିତକାରୀ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆୟୋଜକ ମାନେ ଆହ୍ୱାନ ଦେଇଥିଲେ। ଆୟୋଜିତ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ସ୍ଥାନିୟ ଜୁନାଗଡ଼ ଥାନା ଭାରପ୍ରାପ୍ତ ଅଧିକାରି ମୂଖ୍ୟ ଅତିଥି ରୂପେ ଶେଷଦେବ ବେହେରା ଯୋଗ ଦେଇଥିବା ବେଳେ , ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି,ସମାଜ ସେବି ଉଦ୍ଧବ ଚରଣ ସାହୁ, ଓୟୁଜେର ରାଜ୍ୟ ଉପ ସଭାପତି ସନ୍ତୋଷ କୁମାର ସିଂଦେଓ, ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ରକ୍ତଦାନ ଶିବିରରେ ମୁଖ୍ୟ ବକ୍ତା ଭାବେ ଡା. ଭଗବାନ ପଣ୍ଡା ଉପସ୍ଥିତି ରହିଥିଲେ। କାଚରା ସଂଘର ସଭାପତି ପରମାନନ୍ଦ ପ୍ରଧାନ, ଉପ ସଭାପତି ପ୍ରମିଳା ବେହେରା, ସମ୍ପାଦକ ନିତ୍ୟାନନ୍ଦ ନନ୍ଦ ସାହୁ ,ଶହ ସମ୍ପାଦକ ସମୀର ରଞ୍ଜନ କୁଣ୍ଡୁ , କୋଷାଧ୍ୟକ୍ଷ ହୃଷୀକେଶ ସାହୁ ବିଶେଷ ସହୋଯୋଗ ସଂଯୋଗ କୁଣ୍ଡୁ, ୪୦ ରୁ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ ଶେଷରେ ନ ବର୍ଷ ର ଶିଶୁ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଜାଗୃତି କୁଣ୍ଡୁ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ରକ୍ତ ଦାତା ଙ୍କୁ ସହଯୋଗ କରିଥିଲେ ପ୍ରଶଂସା ପାତ୍ର ହୋଇଥିଲେ ଜୁନାଗଡ଼ କାଚରା ମହାସଂଘ ଉପ କୋଷାଧ୍ୟକ୍ଷ ରାଜ କିଶୋର ବେହେରା (ରାଜୁ)ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
