ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ଭୁବନ,୨୫/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ପଞ୍ଚାୟତ ଅନଳ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବାରୁଆଁ ( ବି) ମଣ୍ଡଳ ହିନ୍ଦୁ ସମ୍ମିଳନୀ ଆୟୋଜକ ସମିତି ସଭାପତି ତଥା ସର୍ବ ବ୍ୟବସ୍ଥା ପ୍ରମୁଖ ସାମ୍ବାଦିକ ମଧୁପ ରଞ୍ଜନ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବି ନାରାୟଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  ।

ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମ ସଂଯୋଜକ ତଥା ସଫଳ ଚାଷୀ ହୃଷୀକେଶ ସାହୁ ଏବଂ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘ ଢେ଼ଙ୍କାନାଳ ନଗର ସଂଘ ଚାଳକ ତଥା ବରିଷ୍ଠ ଆଇନଜୀବି ଦିପ୍ତିସ ପ୍ରସାଦ ପଟ୍ଟନାୟକ ଯୋଗଦେଇ ହିନ୍ଦୁ,ହିନ୍ଦୁ ସମାଜ ଓ ସଂସ୍କୃତି ଉପରେ ବାରମ୍ବାର ଷଡ଼ଯନ୍ତ୍ର ପୂର୍ଣ୍ଣ ଆକ୍ରମଣ ହେଉଥିବାରୁ ସମସ୍ତ ହିନ୍ଦୁ ଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଶିକ୍ଷକ ପଙ୍କଜ କୁମାର ମହାକୁଡ଼ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁ ସମ୍ମିଳନୀ ଜିଲ୍ଲା ସଂଯୋଜକ ଦେବବ୍ରତ ପୃଷ୍ଟି ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ସ୍ୱୟଂ ସେବକ କାଳନ୍ଦି ବେହେରା, ଦିଲ୍ଲୀପ ନାୟକ, ବାରୁଆଁ ( ବି ) ମଣ୍ଡଳ କାର୍ଯ୍ୟବାହ ଵାପିନା ପରିଡା, ଦିପକ ସାହୁ, ମୃତ୍ୟୁଞ୍ଜୟ ସାହୁ, ବଳରାମ ସାହୁ, ସତ୍ୟାନନ୍ଦ ପରିଡା, ଚନ୍ଦନ ପରିଡା, ପ୍ରଦିପ ବେହେରା ଙ୍କ ସମେତ ହିନ୍ଦୁ ସମ୍ମିଳନୀ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

 ଚାରି ପଞ୍ଚାୟତ ଯଥା – ଧଳପଡା, ଓଡ଼ିଶ, ବାରୁଆଁ ଓ ଗଡ଼ ନୃସିଂହ ପ୍ରସାଦ ରୁ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା । ପ୍ରାରମ୍ଭ ରେ ଜଗତ କଲ୍ୟାଣ ନିମନ୍ତେ ହନୁମାନ ଙ୍କ ନିକଟରେ ୧୦୮ ଦୀପ ପ୍ରଜ୍ବଳନ କରିବା ସହ ହନୁମାନ ଚାଳିଶା ପାଠ କରାଯାଇଥିଲା ।

Leave a Reply

Your email address will not be published. Required fields are marked *