ବିଭୁ ପ୍ରେମରେ ଉଦବୁଦ୍ଧ ହେଲେ ପୁରୁଣାପାରି ଗ୍ରାମବାସୀ

ନିଶ୍ଚିନ୍ତକୋଇଲି, ୧୫/୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କଟକ ସଦର ନିର୍ବାଚନ ମଣ୍ଡଳୀ ର କଳମିଶ୍ରି ପଞ୍ଚାୟତ ଅନ୍ତର୍ଗତ ପୁରୁଣାପାରି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଜାଗୁଳାଇ ଙ୍କ ପୀଠରେ ଦ୍ଵିତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଶ୍ରଦ୍ଧା ଓ ଭକ୍ତି ସହକାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ପୂଜାର୍ଚନା କାରାଯାଇ ପବିତ୍ର ଚିତ୍ରୋତ୍ପଳା ନଦୀ ରୁ ଜଳ ଆଣିବାପରେ ତିନିଦିନ ବ୍ୟାପୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ପୁରୋଧା ବିଷ୍ଣୁ ପ୍ରସାଦ ଶତପଥୀ ଙ୍କ ତତ୍ୱାବଧାନ ରେ ଓ ଅନ୍ୟାନ୍ୟ ପଣ୍ଡିତ ମାନଙ୍କ ସାହଚର୍ୟ୍ୟ ରେ ଯଜ୍ଞ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟହ ପଣ୍ଡିତ କମଳାକାନ୍ତ ତ୍ରିପାଠୀ ଙ୍କ ଦ୍ୱାରା ପ୍ରବଚନ ଓ ଧର୍ମାଲୋଚନା ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଭଜନ ସନ୍ଧ୍ୟା, ନାମ ସଂକୀର୍ତନ କୁ ଭକ୍ତି ଓ ଶ୍ରଦ୍ଧା ସହକାରେ ଗ୍ରାମବାସୀ ଓ ଭଗବତପ୍ରେମୀ ଜନସାଧାରଣ ଉପଭୋଗ କରିଥିଲେ । ପୂର୍ଣ୍ଣାହୁତି ଓ ଉଦଯାପନ ପରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । କାର୍ୟ୍ୟକ୍ରମ କୁ ମନୋଜ କୁମାର ମହାନ୍ତି, ଅନିନ୍ଦୁ ପରିଡା, କିଶୋର ଚନ୍ଦ୍ର ଦାସ, କୈଳାଶ ଚନ୍ଦ୍ର ରାଉତ, ସୋମନାଥ ସାମଲ, ବୀରବର ଜେନା, ବିଜୟ କୁମାର ପରିଡା, ପ୍ରକାଶ ଦୀକ୍ଷିତ ତଥା ଗ୍ରାମବାସୀ ପରିଚାଳନା ରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *