ମେଗା ସ୍ୱାସ୍ଥ୍ୟ ସେବା ଶିବିର

କେନ୍ଦ୍ରାପଡ଼ା, ୨୫/୦୧/୨୦୨୬(ଓଡ଼ିଶା ସମାଚାର)- ଗୁଲନଗର ଛକସ୍ଥିତ ପୁପୁଲ ମେଡିସିନ ଷ୍ଟୋର ପରିସରରେ ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜଛକରେ ଥିବା ଅଇ.ଆଇ.ଏଫ୍.ଏଲ. ଫାଇନାନ୍ସ ଶାଖା, ବି.ପି. ଲ୍ୟାବ୍ ଓ ପୁପୁଲ ମେଡିସିନ ଷ୍ଟୋରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମେଗା ସ୍ୱାସ୍ଥ୍ୟସେବା ଶିବିରରେ ରକ୍ତଚାପ, ରକ୍ତସର୍କରା, ଆଣ୍ଠୁଗଣ୍ଠି, ବାର୍ଦ୍ଧକ୍ୟଜନିତ ରୋଗ ସମେତ ବହୁ ପୁରାତନ ତଥା ଦୂରାରୋଗ୍ୟ ରେରାଗୀମାନଙ୍କ ବିଭିନ୍ନ ପ୍ରକାର ରକ୍ତ,ମଳ,ମୁତ୍ର ପ୍ରଭୃତି ପରୀକ୍ଷା କରାଯାଇ ସେମାନଙ୍କୁ ବହୁମୂଲ୍ୟ ଉପାଦେୟ ପରାମର୍ଶ ପ୍ରଦାନ କରାଯାଇଥିଲା ।

ଏହି ଶିବିରରେ ଶତାଧିକ ରୋଗୀ ଯୋଗଦେଇ ସେମାନଙ୍କ ସ୍ୱାସ୍ଥ୍ୟ, ରକ୍ତ, ମଳ, ମୁତ୍ର ପ୍ରଭୃତି ପରୀକ୍ଷା କରିବା ସହ ଆବଶ୍ୟକ ପରାମର୍ଶ ଗ୍ରହଣ କରିଥିଲେ । ଏହି ଶିବିରରେ ଡାକ୍ତର ଶୁକଦେବ ମହାନ୍ତିଙ୍କ ସମେତ ଫାର୍ମାସିଷ୍ଟ, ନର୍ସ ପ୍ରଭୃତି ରୋଗୀମାନଙ୍କୁ ସେବା ଯୋଗାଇ ଦେଇଥିଲେ । ଶିବିର ପରିଚାଳନାରେ କଲେଜଛକ ଅଇ.ଆଇ.ଏଫ୍.ଏଲ. ଫାଇନାନ୍ସ ଶାଖାର ଶାଖା ପରିଚାଳକ ରେବନ୍ତ ମହାନ୍ତି, ସହକାରୀ ଶାଖା ପରିଚାଳକ ଦେବାଶିଷ ପ୍ରଧାନ, କଷ୍ଟମର କେଆର ଏକଜିକୁ୍ୟଟିଭ ଦିପ୍ତିମୟୀ ସ୍ୱାଇଁ, ସରୋଜ ମହାନ୍ତି, ଅଭୟ ଦାସ, ସ୍ମୃତିରଞ୍ଜନ ରାଉତ ଓ ରଶ୍ମିରଞ୍ଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *