କଳପଡା ଗ୍ରାମପଂଚାୟତ ବରିଷ୍ଠ ନାଗରିକଙ୍କ ସମାବେଶ

କେନ୍ଦ୍ରାପଡ଼ା,୧୦/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଳପଡା ଗ୍ରାମପଂଚାୟତ ବରିଷ୍ଠ ନାଗରିକ ମଂଚର ଏକ ବୈଠକ କଳପଡା ମାର୍କେଟସ୍ଥିତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳପଡା ଗ୍ରାମର ଅଧିବାସୀ ତଥା ପୂର୍ବତନ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶରତ ଚନ୍ଦ୍ର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ ।

ବୈଠକରେ ପଂଚାୟତର ବରିଷ୍ଠ ସଦସ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ଜଗନ୍ନାଥ ସ୍ୱାଇଁ, ସୁଧିର ଚନ୍ଦ୍ର ସ୍ୱାଇଁ, ବସନ୍ତ ସାହୁ, ରମେଶ ଚନ୍ଦ୍ର ରାଉଳ, ଉମେଶ କୁମାର ସ୍ୱାଇଁ, ସୁଧାଂଶୁ ନାୟକ, ଧନେଶ୍ୱର ସାହାଣୀ, ଧନେଶ୍ୱର ଜେନା, ଶରତ ଜେନା, ଆଦିକନ୍ଦ ସେଠୀ ଓ ବିଶ୍ୱକେଶନ ସ୍ୱାଇଁଙ୍କ ସମେତ ୩୫ଜଣ ଯୋଗଦେଇ ପଂଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *