ଇସାରା ଦେଲେ ବିଜେପି ରାଜ୍ୟ ମୁଖିଆ – ପଂଚାୟତ ନିର୍ବାଚନ ହେବ ଆଗୁଆ!

ଭୁବନେଶ୍ୱର,୨୫/୦୧/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପଂଚାୟତ ନିର୍ବାଚନକୁ ନେଇ ଶନିବାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବାର ସମ୍ଭାବନା ରହିଛି । ପଂଚାୟତ ନିର୍ବାଚନ ଆଉ ଛଅ ମାସ ପରେ ଘୋଷଣା ହୋଇପାରେ । ଜନଗଣନା ପାଇଁ ନିର୍ଦ୍ଧାରିତ ସମୟରୁ ଦୁଇରୁ ତିନି ମାସ ପୂର୍ବରୁ ପଂଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି । ସରପଂଚ ଓ ସମିତି ସଭ୍ୟ ଏହି ଛଅ ମାସ ଭିତରେ ଅଧୁରା କାମ କରି ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଛ ।

ଆସନ୍ତା ନିର୍ବାଚନରେ ସବୁ ବ୍ଲକରେ ଜିତିବାକୁ ପଡିବ । ସବୁ ପଂଚାୟତ, ସବୁ ଜିଲା ପରିଷଦ, ସବୁ ୱାର୍ଡରେ ଜିତିବାକୁ ପଡିବ । ବିଜେପିକୁ ସବୁ ଜାଗାରେ ନେତୃତ୍ୱ ତିଆରି କରିବାକୁ ପଡ଼ିବ । ଆଗକୁ ପଂଚାୟତ ସ୍ତରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଯେଉଁ ମାନେ ପଂଚାୟତ ସ୍ତରରେ ମିଶିବେ ତାଙ୍କୁ ପଂଚାୟତ ସ୍ତରରେ ମିଶ୍ରଣ ପର୍ବ କରି ବିଜେପିରେ ମିଶାଯିବ । ଯେଉଁ ବିଧାନସଭା ସ୍ତରରେ ମିଶିବେ ତାଙ୍କୁ ବିଧାନସଭା ସ୍ତରରେ ମିଶ୍ରଣ କରି ବିଜେପିରେ ସାମିଲ କରାଯିବ ।

ସେହିପରି ଯିଏ ଜିଲା ସ୍ତରରେ ମିଶିବାକୁ ଚାହିଁବେ ସେମାନଙ୍କୁ ଜିଲା ସ୍ତରରେ । ଯେଉଁମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିବାକୁ ଚାହିଁବେ,ସେମାନେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମିଶିବେ । ପଂଚାୟତରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ଆଉ ଛଅ ମାସ ରହିଲା ପଂଚାୟତ ନିର୍ବାଚନ । ଦିନରାତି ଏକ କରି ପରିଶ୍ରମ କରିବା । ସରପଂଚ ଏବଂ ପଂଚାୟତ ସମିତି ମେମ୍ବର ଯେଉଁ କାମ କରି ନାହାନ୍ତି ସେ କାମ ଛଅ ମାସ ଭିତରେ କରି ଦିଅନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।

Leave a Reply

Your email address will not be published. Required fields are marked *