ବିଜେପି ନେତାଙ୍କୁ ମାଡ଼ ମାମଲା: ଗୋକୁଳ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ପୂର୍ବତନ ପଞ୍ଚାୟତିରାଜ ସଭ୍ୟ/ସଭ୍ୟା 

କଟକ ସଦର,୧୨/୦୮/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦରର ଜଣାଶୁଣା ବିଜେପି ନେତା, ପୂର୍ବତନ ଜିଲ୍ଲା ଉପସଭାପତି ତଥା ଆୟତପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଗୋକୁଳ ପ୍ରଧାନଙ୍କୁ ଗତ ୮ ତାରିଖ ରାତିରେ କିଛି ଦୁର୍ବୃତ କନ୍ଦରପୁର ଥାନା ପଛପଟ ତାଳଦଣ୍ଡା କେନାଲ ବ୍ରିଜ୍ ତଳ ରାସ୍ତାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ଵିଏନଏସ ୨୦୨୩ ଅନୁଯାୟୀ ଦଫା ୧୨୬(୨),୧୧୫(୨),୨୯୬,୩୫୧(୨),୩(୫) ଓ ୧୭୩/ ୨୦୨୬ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣାକୁ ନିନ୍ଦା କରିବା, ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଏବଂ ଗୋକୁଳ ପ୍ରଧାନଙ୍କୁ ନୈତିକ ସମର୍ଥନ ଦେବାକୁ ଆଜି ବୁଧବାର ଦିନ କନ୍ଦରପୁର ପଞ୍ଚାୟତ ଅଥଙ୍ଗା କୁଲେଇଶୁଣି ମନ୍ଦିରରେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ଥିବା ତତ୍କାଳୀନ କଟକ ସଦର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ାଙ୍କ ଆବାହକତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ମୋଟ ୨୩ ଗୋଟି ପଞ୍ଚାୟତରୁ ୪୬ ଜଣ ପରିବର୍ତ୍ତେ ମାତ୍ର ୧୬ ଜଣ ତତ୍କାଳୀନ ପଞ୍ଚାୟତିରାଜ ସଭ୍ୟ/ ସଭ୍ୟା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବେଳେ ଗୋକୁଳ ପ୍ରଧାନ ସମିତି ସଭ୍ୟ ଥିବା ଆୟତପୁର ପଞ୍ଚାୟତର ତତ୍କାଳୀନ ସରପଂଚ କାନନ କୁମାରୀ ସାହୁ ଯୋଗ ଦେଇନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *