ବିଜେଡି କର୍ମୀ ଙ୍କ  ବନ୍ଧୁମିଳନ ଓ ସାଂଗଠନିକ ବୈଠକ  

ଯାଜପୁର,୨୦/୦୧/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର) – ବରୀ ନିର୍ବାଚନ ମଣ୍ଡଳୀ ବରୀ  ବ୍ଲକ ଅନ୍ତର୍ଗତ  ବୋଦୁଅ ଓ ଭଅଁରା ପଞ୍ଚାୟତରେ  ବିଜେଡି ପକ୍ଷରୁ ଯୁବନେତା ସଞ୍ଜୀବ ଜେନାଙ୍କ ନେତୃତ୍ବରେ ଏକ ବନ୍ଧୁମିଳନ ଓ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରୀ  ବ୍ଳକର ପୂର୍ବତନ ଅଧ୍ୟକ୍ଷ ନିଳମଣୀ ସାମଲଙ୍କ ସଭାପତିତ୍ବରେ ସଞ୍ଜୀବ ଜେନା ଯୋଗଦେଇ ବରୀରେ ଏବେ  ପୁରୁଣା ବିଜେଡି କର୍ମୀ ଅଲୋଡ଼ା ହୋଇପଡିଛନ୍ତି  ବୋଲି ମତବ୍ୟକ୍ତ କରିଛନ୍ତି । ସେମାନଙ୍କୁ ଆଗକୁ ଆଣିବା ସହ ବିଜେଡିର ସାଂଗଠନିକ କ୍ଷେତ୍ରରେ ସେମାନଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି କହିବା ସହ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟକରିବା ପାଇଁ  ଆଭାସ ଦେଇଥିଲେ ।  ବରୀର ପ୍ରତ୍ୟେକ ଲୋକଙ୍କ ସହ ରହି ସେମାନଙ୍କ ସେବା କରିବା ତାଙ୍କର ମୁଖ୍ୟ କାର୍ଯ୍ୟ  ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତିସଭ୍ୟ ଅକ୍ଷୟ କୁମାର ଜେନା, ଅରୁଣ ସେଠୀ, ପ୍ରଫୁଲ୍ଲ କୁମାର ସାହୁ  ,ପୂର୍ବତନ ବ୍ଲକ  ବିଜେଡି ଭାପତି ସେକ୍ ସଫିକ୍ ଉଦ୍ଦିନ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରା, ବିରଜାପ୍ରସାଦ ଧଳ ପ୍ରମୁଖ ଉପସ୍ଥିତ ରହି  ଆଗାମୀ ଦିନରେ କିପରି ବିଜେଡ଼ି କରି ହେବ ସେ ନେଇ ଆଲୋଚନା କରିଥିଲେ । ଏହି କାର୍ଯକ୍ରମ ବ୍ୟାନରରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଭିକେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଙ୍କ ଫଟୋ ଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *