କଟକ, ୦୭/୦୫/୨୦୨୬ (ଓଡ଼ିଶା ସମାଚାର)- ଜୁଭେନାଇଲ୍ କ୍ରିକେଟ ଏକାଡେମୀ ପକ୍ଷରୁ ଚଳିତବର୍ଷ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ସନ୍ ସାଇନ୍ ପଡ଼ିଆରେ ଉଦଘାଟିତ ହୋଇଯାଇଛି । ପୁର୍ବତନ ରଣଜୀ ଖେଳାଳୀ ତଥା ରାଜ୍ୟ ପ୍ରଶିକ୍ଷକ ମାନସ ରାୟ କ୍ଲବର ରାଜ୍ୟସ୍ତରୀୟ ଖେଳାଳୀମାନଙ୍କ ଉପସ୍ଥିତିରେ ଶିବିରକୁ ଉଦଘାଟନ କରିଥିଲେ ।
ବିଭିନ୍ନ ବର୍ଗର ଖେଳାଳୀମାନଙ୍କୁ ପୁରାତନ ଖେଳାଳୀ ଦେବାଶିଷ ବେହେରା,ରାଜାରାମ ଶର୍ମା, ପ୍ରଣବ ମହାନ୍ତି,ସୁବାସ ସିଂହ,ପବିତ୍ର ରାଉତରାୟ, ସତ୍ୟ ରଞ୍ଜନ ତ୍ରିପାଠୀ ପ୍ରମୁଖ ପରିଚାଳନା କରୁଛନ୍ତି । ପ୍ରାତଃରେ ଖେଳାଳୀମାନଙ୍କୁ ବିକ୍ରମ ସ୍ୱାଇଁ ଫିଟନେସ ଓ ଡ୍ରିଲ୍ ଅଭ୍ୟାସ କରାଯାଉଥିଲା ବେଳେ ଅପରାହ୍ଣରେ ସ୍କିଲ୍ ଡେଭେଲପମେଂଟ, ନେଟ୍ ପ୍ରାକ୍ଟିସ ଓ ଅଭ୍ୟାସ ମ୍ୟାଚ୍ ବ୍ୟବସ୍ଥା କରାଯାଇଛି । ଉକ୍ତ ଶିବିର ୪୫ ଦିନ ଧରି ଚାଲିବ ବୋଲି କ୍ଲବର ସମ୍ପାଦକ ନିର୍ବାଣ ରାୟ ସୂଚନା ଦେଇଛନ୍ତି । ଶିବିରରେ ୧୦୦ରୁ ଊଦ୍ଧ୍ୱର୍ ଖେଳାଳୀ ଯୋଗ ଦେଇଛନ୍ତି ।
