ବନ ବିଭାଗ ଦ୍ଵାରା ବାରହା ଉଦ୍ଧାର

ଭୁବନ ୨୪/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନ ବନ ବିଭାଗ ତରଫରୁ ଏକ ଜଙ୍ଗଲି ବାରହା କୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଆଜି ଶନିବାର ଅପରାହ୍ନ ପ୍ରାୟ ୩ ଘଟିକା ସମୟରେ ଭୁବନ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜିରାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଜଙ୍ଗଲି ବାରହା ବୁଲୁଥିବା ଦେଖି ସ୍ଥାନୀୟ ଲୋକ ବନ ବିଭାଗ କୁ ଖବର ଦେଇଥିଲେ ।

ଭୁବନ ବନ ବିଭାଗ ତରଫରୁ ଢେ଼ଙ୍କାନାଳ ବନଖଣ୍ଡ ଅଧିକାରୀ ଙ୍କୁ ତୁରନ୍ତ ସୂଚନା ଦିଆଯାଇ ଟ୍ରାଙ୍କୁଲାଇଜ ଟିମ୍ କୁ ଡକାଯାଇଥିଲା । ଅପରାହ୍ନ ୫ ଘଟିକା ସମୟରେ ଢେ଼ଙ୍କାନାଳ ଟିମ୍ ପହଞ୍ଚି ବାରହା କୁ ଟ୍ରାଙ୍କୁଲାଇଜର ମାରି ଅଚେତ କରିଥିଲେ । ପରେ ଭୁବନ ବନାଞ୍ଚଳ ଅଧିକାରୀ ରାକେଶ କୁମାର ଦଳେଇ ,ବନପାଳ କବିତା ବିଶ୍ଵାଳ, ଫରେଷ୍ଟ ଗାର୍ଡ ଶଶୀ ରେଖା ଦିଆନି ମୁକେଶ ରାଉତ ଓ ହାତୀ ସ୍କ୍ୱାର୍ଡ ମାନେ ବାରହା କୁ ଜାଲ ପକାଇ କାବୁ କରି କପିଳାସ ଜଙ୍ଗଲରେ ଛାଡ଼ିବା ପାଇଁ ନେଇଥିଲେ ।

Leave a Reply

Your email address will not be published. Required fields are marked *