୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୩-୧ ଗୋଲରେ ସାନ କ୍ଲବ, ଭୁବନେଶ୍ୱର ବିଜୟୀ

ନିରାକାରପୁର, ୦୮ /୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ମା ଭଗବତୀ ଫୁଟବଲ ଆସୋସିଏସନ୍ ଆନୁକୁଲ୍ୟରେ ଆଜି ୧୧ ତମ ଭଗବତୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚରେ ବଜରଙ୍ଗୀ ସ୍ପୋର୍ଟସ କ୍ଳବ , ଘାଟିକିଆ ଓ ସାନ କ୍ଲବ, ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖେଳର ଗୋଲ ସାନ କ୍ଲବ, ଭୁବନେଶ୍ୱର ୩-୧ ଗୋଲ ସ୍କୋର କରି ବଜରଙ୍ଗୀ ସ୍ପୋର୍ଟସ କ୍ଳବ , ଘାଟିକିଆ ଦଳକୁ ପରାସ୍ତ କରି ବିଜୟ ହାସଲ କରିବାରେ ସଫଳ ହୋଇଥିଲା। ବିଜୟୀ ଦଳର ଜର୍ସି ନଂ ୧୦ ଦିନବନ୍ଧୁ ଦାସ ୨ଟି ଗୋଲ ଦେଇଥିବାବେଳେ ୯ ନଂ ଜର୍ସି ମଳୟ ସ୍ବାଇଁ ଗୋଟିଏ ଗୋଲ ଦେଇ ଦଳକୁ ଆଗେଇ ରଖିଥିଲେ। ଘାଟିକିଆ ଦଳ ତରଫରୁ ଗୋଟିଏ ଗୋଲ ମାତ୍ର ଦେବାରେ ସଫଳ ହୋଇପାରିଥିଲେ। ଆଜିର ଖେଳକୁ ଏମଏସ ବେଗ, ସୁକାନ୍ତ କୁମାର ପ୍ରଧାନ ଓ ଚିତ୍ତରଞ୍ଜନ ପରିଡ଼ା,ଶରତ କୁମାର ଛୋଟରାୟ, ପ୍ରମୁଖ ପରିଚାଳନା କରିଥିଲେ। ଆଜିର ଅତିଥିଭାବେ ଅବସରପ୍ରାପ୍ତ ଜିଲ୍ଲାପାଳ ଦେବରାଜ ସେନାପତି , ଶିକ୍ଷା୍ଷ ନେତା ରମାକାନ୍ତ ମହାପାତ୍ର,  କ୍ଲବ ସଭାପତି ମାନସ ଦାସ, ସମ୍ପାଦକ ସୁଶାନ୍ତ ଗଜେନ୍ଦ୍ର , କୋଷାଧ୍ୟକ୍ଷ ଶେଖ୍ ଇସ୍ରାଏଲ, ବୀରେନ ମହାପାତ୍ର, ପତିତପାବନ ଜେନା, ରମେଶ ନାୟକ, ସୁକେଶ୍ ପରିଡ଼ା, ପପି ପାଇକରାୟ ଓ କାଳିଆ ମାଝୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଚୌହାନ, ଅଭିରାମ ପାତ୍ର, ଆନନ୍ଦ ଜେନା, ସଞ୍ଜୟ ବେହେରା, ଉପଦେଷ୍ଟା ଶେଖ୍ ଗୋଲାମ ରସୁଲ, ରମାକାନ୍ତ ପଟ୍ଟନାୟକ, କେଳୁ ଚରଣ ସେଠୀ, ନୃସିହ ଚରଣ ମହାନ୍ତି, ପ୍ରଭାତ କୁମାର ପ୍ରହରାଜ, ସେକ ଶକୁନ, ଟିମା ବେହେରା, ସତ୍ୟଜିତ ଦାସ, ରବୀନ୍ଦ୍ର ସାହୁ, ବିଶ୍ଵନାଥ ପ୍ରଧାନ, ଯୋଗେନ୍ଦ୍ର ସାହୁ ଓ ଭାସ୍କର ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ପ୍ରଥମ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *