ପୁଲିସ ଅଧିକାରୀଙ୍କ ମେଳାପଡ଼ିଆ ତଦାରଖ

ଫୁଲନଖରା,୦୮/୦୪/୨୦୨୫ (ଓଡ଼ିଶା ସମାଚାର)-ସିଏମସି ୫୮ ନମ୍ବର ୱାର୍ଡ଼ ଅନ୍ତର୍ଗତ ପ୍ରତାପନଗରୀ ଠାରେ ଆସନ୍ତା ୧୨ତାରିଖଠାରୁ ୧୮ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ଧାକୁଲେଈ ବାଣଯାତ୍ରା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆୟୋଜିତ ମୀନାବଜାରରେ ୫ଶହରୁ ଅଧିକ ସଂଖ୍ୟକ ଅସ୍ଥାୟୀ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଆଦି ଖୋଲିବ । ଏତ୍ଦ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ବର୍ନ୍ଧନା ସଭା ଓ ଯାତ୍ରା ପାର୍ଟି ପକ୍ଷରୁ ଅପେରା ପରିବେଷଣ ହେବ ।

ଏହାର ସୁ ପରିଚାଳନା ନେଇ ପୁଲିସ ଓ ପ୍ରତାପନଗରୀ ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ଥରକୁ ଥର ପ୍ରସ୍ତୁତି ବୈଠକ ଓ ବିଚାର ବିମର୍ଶ ଚାଲିଛି । ଏହି ଅବସରରେ ଜୋନ-୪ ପୁଲିସ ଏସିପିି ଅମିତାଭ ମହାପାତ୍ର, ସଦର ଥାନା ଆଇଆଇସି ଓମପ୍ରକାଶ ମହାନ୍ତି, ରାଜପଥ ଟ୍ରାଫିକ ଥାନା ଅଧିକାରୀ ଦୁର୍ଗାପ୍ରସାଦ ଜେନା, ଗ୍ରାମ ଉନ୍ନୟନ କମିଟି ସଭାପତି ପ୍ରମୋଦକୁମାର ସ୍ୱାଇଁ, ଆଂଚଳିକ ଶାନ୍ତି କମିଟି ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ସହ କୋଷାଧ୍ୟକ୍ଷ ବାଦଲକୁମାର ଜେନା ଓ କଟକ ସଦର ପ୍ରେସ କ୍ଲବ ସମ୍ପାଦକ ପ୍ରତାପକେଶରୀ ପାତ୍ରଙ୍କ ସମେତ ଗାଁ ମୁରବି ମେଳା ପଡ଼ିଆ ବୁଲି ଏହାର ତଦାରଖ କରିଥିଲେ ।

ବିଶେଷ କରି ଆତସବାଜି ପ୍ରଦର୍ଶନ ସ୍ଥଳ, ଆମ୍ବୁଲାନ୍ସ ଗତାଗତ ରାସ୍ତା ଓ ଉଭୟ ତଳ ଏବଂ ଉପର ପଡ଼ିଆ ବ୍ୟାରିକେଡ଼ ବ୍ୟବସ୍ଥା ସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୱାଲମି ରାସ୍ତା ଉନ୍ମୁକ୍ତ ରଖାଯିବାକୁ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *