ପ୍ରାଧ୍ୟାପକ ଭଗବାନ ଜେନାଙ୍କ ଶ୍ରାଦ୍ଧବାର୍ଷିକୀ ବକ୍ତୃତାମାଳା

କେନ୍ଦ୍ରାପଡ଼ା,୨୪/୦୧/୨୦୨୬(ଓଡ଼ିଶା ସମାଚାର)- ବିଶିଷ୍ଟ ଶିକ୍ଷକ ନେତା ତଥା ବାମପନ୍ଥୀ ଚିନ୍ତାନାୟକ ଭଗବାନ ଜେନାଙ୍କ ୭ମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ମାରକୀ ବକ୍ତୃତା ଆଇନ ମହାବିଦ୍ୟାଳୟ କଲୋନୀ ସ୍ଥିତ ବିକଳ୍ପ ବିଚାର ମଂଚସଭାଗୃହରେ ଆୟୋଜିତ ହୋଇଯାଇଛି । ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ଅଧିନିୟମ-୨୦୨୫ ଶୀର୍ଷକ ବକ୍ତୃତା ପ୍ରଦାନ କରି ବିଶ୍ୱ ଶିକ୍ଷକ ସଂଘର ସଭାପତି ଡ. ଅମୀୟ କୁମାର ମହାନ୍ତି ଉକ୍ତ ବିଧେୟକକୁ ଶିକ୍ଷା ଅଧିକାର ଉପରେ ବୁଲଡୋଜର ବୋଲି ଦର୍ଶାଇ ଏହା ଭାରତବର୍ଷର ଭବିଷ୍ୟତକୁ ଧ୍ୱଂସ କରିଦେବ ବୋଲି କହିଥିଲେ ।

ଏହା ବିରୁଦ୍ଧରେ ବୁଦ୍ଧିଜୀବୀମାନେ ସ୍ୱର ଉତୋଳନ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରାଧ୍ୟାପକ ଭଗବାନ ଜେନା ସ୍ମୃତି କମିଟି ଆନୁକୂଲ୍ୟରେ ସଂଗଠନ ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଆୟୋଜିତ ଏହି ବକ୍ତୃତାମାଳାରେ ସମ୍ପାଦକ ଆଦିକନ୍ଦ ରାଉଳ ବିଷୟବସ୍ତୁର ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ ପ୍ରାଧ୍ୟାପକ ନନ୍ଦକିଶୋର ପରିଡା ଓ ପ୍ରାଧ୍ୟାପକ ମୋହନ ଚରଣ ଜେନା ସହ-ଆଲୋଚକ ଭାବେ ଯୋଗ ଦେଇଥିଲେ ।

ଅବଧୂତ ରାଉତ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଶିକ୍ଷକ ମହାସଂଘ ଜିଲା ସମ୍ପାଦକ ନବଘନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ନେତା ଶୁଭ୍ରାଂଶୁ ଦାସ, ରମଣୀରଞ୍ଜନ ରାଉତରାୟ, ମହେନ୍ଦ୍ର ପଟ୍ଟନାୟକ, ଗୟାଧର ଧଳ, ବିକାଶ ଚନ୍ଦ୍ର ବେଉରା, ପଣ୍ଡିତ ପ୍ରତାପ ପତି, ଅଧ୍ୟାପକ ଡ଼ ଗିରୀଶ ପାତ୍ର, ବିଜୟ କୁମାର ପରିଡ଼ା, ଅବନ୍ତି ବେହେରା, ଅକ୍ରୁର ପଲାଇ, ରଣଧୀର ଜେନା, କେଦାର ସାମନ୍ତରାୟ, ବିଚିତ୍ର କୁମାର ନାୟକ, ସତ୍ୟପ୍ରିୟ ମହାନ୍ତି, ଉଦୟନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *