ପିଏମଶ୍ରୀ କୋରୋ ପଂଚାୟତ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ଦିବସ

କେନ୍ଦ୍ରାପଡ଼ା,୨୪/୦୧/୨୦୨୬(ଓଡ଼ିଶା ସମାଚାର)-ପିଏମଶ୍ରୀ କୋରୋ ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବରାଳ ମୁଖ୍ୟଅତିଥି ଭାବେ ଯୋଗଦେଇ କନ୍ୟା ମାନେ ଦୁର୍ବଳ ନୁହଁନ୍ତି ।

ଏ କ୍ଷେତ୍ରରେ ସାମାଜିକ ସଚେତନତାର ଅଭାବ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ରୂପେ ସ୍କୁଲ୍ ପରିଚାଳନା ସମିତି ସଭାପତି ମଧୁସ୍ମିତା ନାୟକ ଯୋଗଦେଇ ନାରୀ ଦୂର୍ବଳ ନୁହଁ ସବଳ ବୋଲି ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ତୃପ୍ତିରେଖା ପରିଡା ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ଉପସ୍ଥିତ ବାଳିକା ମାନେ ସମାଜରେ ଥିବା ଲିଙ୍ଗଗତ ଭେଦଭାବ ସମ୍ପର୍କରେ କହିିଥିଲେ ।

ଶିକ୍ଷକ ହିମାଂଶୁଶେଖର ପରିଡା, ସାବିତ୍ରୀ ବିଶ୍ୱାଳ, ଜଗନ୍ନାଥ ପ୍ରସାଦ ଉପାଧ୍ୟାୟ, ପୁଷ୍ପମିତ୍ରା ଦିବେଦୀ, ରଞ୍ଜନ କୁମାର ମଲିକ, ଦୀପ୍ତିରେଖା ପରିଡା, ଇତିଶ୍ରୀ ପ୍ରଧାନ, ମୋନାଲିସା ବେହୁରା, ଦୀପ୍ତିମୟୀ ମୁଦୁଲି, କଳ୍ପନା ମଞ୍ଜରି ଦାସ, ଚିତ୍ରସେନ ମାଝୀ, ଏଲିନା ରାଉତରାୟ, ଅରବିନ୍ଦ ବାରିକ, ପ୍ରିୟଙ୍କା ପ୍ରତିଶ୍ରୁତି ନାୟକ ପ୍ରମୁଖ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷୟତ୍ରୀ ସାବିତ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *