କେନ୍ଦ୍ରାପଡ଼ା, ୨୨/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହରର କଜଳା ଧୁଣ୍ଡାବାବା ମଠ କଲୋନୀରେ ବାସ କରୁଥିବା ସମାଜସେବୀ ନିହାରରଞ୍ଜନ ମହାନ୍ତିଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ମୃତୁ୍ୟ ଶଯ୍ୟା ନିକଟରେ ପତ୍ନୀ, ପୁଅ, ଝିଅ, ଜ୍ୱାଇଁ, ସାନଭାଇ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ସେ ଜଣେ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ମୃତୁ୍ୟ ଖବର ପାଇ ଜିଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ବିଜେଡି ନେତା ଉମାଶଙ୍କର ଜେନା, ବିଜୟ ଅଗ୍ରୱାଲ, ପ୍ରଦୀପ୍ତ ଦାସ, ରବିନ୍ଦ୍ର ପଣ୍ଡା, ବଳରାମ ଦାସ, ପ୍ରମୋଦ ସିଂହ, କୁଳମଣୀ ସ୍ୱାଇଁ, ଗୁରୁଚରଣ ମର୍ଦ୍ଧରାଜ, ଗୌରାଙ୍ଗ ବେହେରା, ପ୍ରଭାକର ସ୍ୱାଇଁ ପ୍ରମୁଖ ଶେଷଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କଜଳା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁଅ ଅଙ୍କିତ ମୁଖାଗ୍ନି ଦେଇଥିଲେ ।
