ନିଶ୍ଚିନ୍ତକୋଇଲି,୨୨/୦୧/୨୦୨୬ (ଓଡିଶା ସମାଚାର /ଅଭୟ ଜେନା) ଜନାର୍ଦ୍ଦନପୁର ସ୍ଥିତ ପ୍ରସିଦ୍ଧ ନବଗ୍ରହ ମନ୍ଦିର ର ପ୍ରଥମ ବାର୍ଷିକ ପ୍ରତିଷ୍ଠା ସମାରୋହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଶିଷ୍ଟ ପଣ୍ଡିତ ମାନଙ୍କ ଦ୍ୱାରା ବିଭିନ୍ନ ଉପଚାର ପୂଜା, ହୋମ ଯଜ୍ଞ ଆଦି ଅନୁଷ୍ଠିତ ହେଉଅଛି ।
ଦୁଇଦିନ ବ୍ୟାପି ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୁଧବାର ଅଙ୍କୁରାରୋପଣ, କଳସ ଯାତ୍ରା ଓ ମଣ୍ଡଳାଦି ପୂଜା ଅନୁଷ୍ଠିତ ହୋଇଥିଲା । ଗୁରୁବାର ଯଜ୍ଞାଦି ଅନୁଷ୍ଠିତ ହୋଇଥିଲା ।
ଏହି ଉପଲକ୍ଷେ ସନ୍ଧ୍ୟା ରେ ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ ତତ୍ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଉତ୍ସବ କୁ ସି ଏ. ଡିମ୍ପଲ ଚୌଧୁରୀ, ସି ଏ. ଗୋଲକ ପରିଡା,ଅଲେଖ ପରିଡା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ,ନବଗ୍ରହ ପୂଜା କମିଟି ର ସଭାପତି କେଶବ ଚନ୍ଦ୍ର ବେହେରା, ସଂପାଦକ ଅଜିତ ସାହୁ, ସହ ସମ୍ପାଦକ ବ୍ରଜ ବନ୍ଧୁ ବେହେରା, କୋଷାଧ୍ୟକ୍ଷବୈରାଗୀ ଚରଣ ଦଳେଇ ତଥାମୁଖ୍ୟ ସଂଚାଳକ ଦେବେନ୍ଦ୍ର ନାଥ ସେଠୀ, କମିଟି ସଦସ୍ୟ ତଥା ଜନାର୍ଦ୍ଦନପୁର ର ଗ୍ରାମବାସୀ ମାନେ ପରିଚାଳନା ରେ ସହାୟତା କରିଥିଲେ ।
