ବାରଙ୍ଗ ୧୦/୧୦/୨୦୨୫ (ଓଡ଼ିଶା ସମାଚାର)- ବାଙ୍କୀ ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ଆଞ୍ଚଳିକ ପ୍ରେସ କ୍ଲବ, ବାରଙ୍ଗ ର ସମ୍ପାଦକ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ ହୋଇଛନ୍ତି।
ପୂର୍ବତନ ସାଂସଦ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଶ୍ରୀ ଷଡ଼ଙ୍ଗୀ ଙ୍କୁ ମାନପତ୍ର, ଟ୍ରଫି, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବ ରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ବାଗ୍ମୀ ଡ଼. ମୃତ୍ୟୁଞ୍ଜୟ ରଥ, ସମ୍ମାନିତ ଅତିଥି କଟକ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ଟପ୍ପୋ ମହୋତ୍ସବ ର ସଭାପତି ବିଧାୟକ ଦେବିରଞ୍ଜନ ତ୍ରିପାଠୀ, ସମ୍ପାଦକ ଡ଼. ଗଣେଶ୍ୱର ସ୍ୱାଇଁ, କୋଷାଧକ୍ଷ ଶ୍ରୀ ସମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
