କେନ୍ଦ୍ରାପଡ଼ା, ୨୨/୦୧/୨୦୨୬(ଓଡ଼ିଶା ସମାଚାର)- ବିଶିଷ୍ଟ ଯୁବ ସମାଜସେବୀ ଆଇନଜୀବୀ ଅନିଲ କୁମାର ଧଳଙ୍କର ୩୨ବର୍ଷ ବୟସରେ ହୃଦ୍ଘାତରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଅକାଳ ବିୟୋଗ ହୋଇଯାଇଛି ।
ସେ ସୁପ୍ରିମ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ସମାଜସେବୀ, ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ସାଧାରଣରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ତରଡିପାଳ ଗ୍ରାମର ସ୍ୱର୍ଗତ ଡମ୍ବରୁଧର ଧଳ ଓ କନକଲତା ଧଳଙ୍କର ଜ୍ୟେଷ୍ଠପୁତ୍ର ଥିଲେ । ତାଙ୍କ ଶେଷକୃତ୍ୟ ଗ୍ରାମ୍ୟ ଶ୍ମଶାନରେ ସମ୍ପନ୍ନ ହୋଇଛି ।
