ଯାଜପୁର, ୩୦/୧୨/୨୦୨୩ (ଓଡ଼ିଶା ସମାଚାର)- ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଶ୍ରୀ ଚକ୍ରୱତୀ ସିଂହ ରାଠୋର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ ଜିଲା ସଦର ମହକୁମା ସମେତ ବିଭିନ୍ନ ବ୍ଳକରେ ଅନୁଷ୍ଠିତ ହେବାପାଇଁ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଅଛି । ସ୍ଥିରିକୃତ କାର୍ଯ୍ୟସୂଚୀ ଅନୁଯାୟୀ ଜାନୁୟାରୀ ମାସ ୦୧ ତାରିଖ ସୋମବାର ଜିଲା ପରିଷଦ ସମ୍ମିଳନୀ ଗୃହରେ, ୦୮ ତାରିଖ ସୋମବାର କୋରେଇ ବ୍ଲକ କାର୍ଯ୍ୟାଳୟ ଠାରେ, ୧୬ ତାରିଖ ମଙ୍ଗଳବାର ରସୁଲପୁର ବ୍ଲକ କାର୍ଯ୍ୟାଳୟ ଠାରେ, ୨୨ ତାରିଖ ସୋମବାର ଦଶରଥ ପୁର ବ୍ଲକ କାର୍ଯ୍ୟାଳୟ ଠାରେ, ୨୯ ତାରିଖ ସୋମବାର ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ଠାରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଉକ୍ତ ଅଭିଯୋଗ ଗୁଣାଣି ଗୁଡିକରେ ଜିଲାର ବି.ଡି.ଓ., ତହସିଲଦାର, ଜିଲାର ବିଭିନ୍ନ ଜିଲା ସ୍ତରୀୟ ଅଧିକାରୀ ଏବଂ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ମାନେ ଯୋଗ ଦେବାକୁ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତୀ ସିଂହ ରାଠୋର ନିର୍ଦ୍ଧେଶ ଦେଇଛନ୍ତି ।
Related Posts
ହିନ୍ଦୋଳରେ ପୁଣି ହାତୀ ଆକ୍ରମଣରେ ବୃଦ୍ଧ ମୃତ
(ଦୁଇ ଦିନରେ ଦୁଇ ମୃତ ,ହାତ ବାନ୍ଧି ବସିଛି ବନବିଭାଗ) ହିନ୍ଦୋଳ,୧୯/୧୨/୨୦୨୪ (ଓଡ଼ିଶା ସମାଚାର)-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପାଲଟିଛି ହାତୀ ମାନଙ୍କ ନର ସଂହାର…
ମାହାଙ୍ଗା ଶିଶୁମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ପୀଡିତ ପରିବାର ଏବଂ ଉତ୍ୟକ୍ତ ଲୋକଙ୍କ ଥାନା ଘେରାଉ
ମାହାଙ୍ଗା,୧୧/୦୪/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ଭଦ୍ରେଶ୍ୱର ଥାନା ଝଡ଼େଶ୍ୱରପୁର ଚୁଙ୍ଗୁଡ଼ିଆମୁହଁ ଗ୍ରାମର ଜନୈକ ନିଷ୍ପାପ ଶିଶୁ ଉପରେ ସରକାରୀ କାର୍ଯ୍ୟରେ ନିୟୋଜିତ ଏକ ଟ୍ରାକ୍ଟର…
ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ଆଞ୍ଚଳିକ ସମୀକ୍ଷା ବୈଠକ
# ଯୋଗ ଦେଲେ ୫ ରାଜ୍ୟର ପଦାଧିକାରୀ ଓ ପ୍ରତିନିଧି # ସାମାଜିକ ନ୍ୟାୟ ଓ ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ସଂପର୍କିତ ସମୀକ୍ଷା ଭୁବନେଶ୍ୱର,୧୭/୦୨/୨୦୨୫…
