ଭୁବନେଶ୍ୱର,୦୮/୦୪/୨୦୨୬ (ଓଡ଼ିଶା ସମାଚାର)- ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ଵର, କଟକ, ଢେଙ୍କାନାଳ ଓ ଯାଜପୁର ଆଦି ଏକକାଳୀନ ୬ଟି ସ୍ଥାନରେ ଚଢାଉ ହୋଇଛି। ରାଜେଶ ଚନ୍ଦ୍ର ମହାନ୍ତିଙ୍କ ଭୁବନେଶ୍ଵର ବରମୁଣ୍ଡା ସ୍ଥିତ ହାଉସିଂ ବୋର୍ଡ ସ୍ଥିତ ତିନି ମହଲା ଘର, ଯାଜପୁର ବଡ଼ଚଣା ସ୍ଥିତ ପୈତୃକ ଘର, ଢେଙ୍କାନାଳ ସ୍ଥିତ ଜଣେ ସମ୍ପର୍କୀୟଙ୍କ ଘର, ଭୁବନେଶ୍ଵର ସ୍ଥିତ ଅଫିସ ଚାମ୍ଵର, ଢେଙ୍କାନାଳ ସ୍ଥିତ ଏକ ଦୁଇ ମହଲା ଘର ଏବଂ ଫାର୍ମ ହାଉସ୍, କଟକ ସ୍ଥିତ ଜଣେ ସହଯୋଗୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି।
ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୧୧ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୮ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି।
